Wednesday, October 14, 2026
Home ଆଞ୍ଚଳିକ ଶେରଗଡ଼ ବ୍ଳକ୍ ଶିକ୍ଷା ସଚେତନତା ରାଲି ।

ଶେରଗଡ଼ ବ୍ଳକ୍ ଶିକ୍ଷା ସଚେତନତା ରାଲି ।

130

ଶେରଗଡ଼ , ୦୮/୦୭/୨୨ ( ଜିଲ୍ଲା ଖବର ) : ସରକାରଙ୍କ ସମଗ୍ର ଶିକ୍ଷା ପରିକଳ୍ପନା ଗୁଡ଼ିକୁ କାର୍ଯ୍ୟକାରୀ କରି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉପଲବ୍ଧ ଥିବା ମାଗଣା ଶିକ୍ଷା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରଶିକ୍ଷିତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦ୍ୱାରା ପଠନ ଉପଯୋଗୀ ବାତାବରଣରେ ଶିକ୍ଷଣ, ନେତୃତ୍ବର ସୁଯୋଗ ସହିତ ଉତ୍ତମ ଚରିତ୍ର ଗଠନ, ଆର୍ଥିକ ପ୍ରୋତ୍ସାହନ, ପିତାମାତାଙ୍କ ଦ୍ବାରା ସ୍କୁଲ୍ ପରିଚାଳନା କମିଟି ଗଠନ,

ଗରମ ପୁଷ୍ଟିକର ଖାଦ୍ୟ, ସ୍ଵଛ ପାନୀୟ ଜଳ ସାଙ୍ଗକୁ ବିଦ୍ୟୁତ ବ୍ୟବସ୍ଥା ଆଦି ସବୁ ପ୍ରକାର ସୁବିଧାକୁ ସର୍ବସାଧାରଣଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ସେରଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଭାସ୍କର ଲେଙ୍କାଙ୍କ ତତ୍ୱାବଧାନରେ କ୍ଳଷ୍ଟର ଶିକ୍ଷକ- ସଂଯୋଜକ ଏବଂ

ତାକରଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ରାଜେନ୍ଦ୍ର କୁମାର ସେଠିଙ୍କ ସହଯୋଗରେ ଏକ ସାଇକେଲ ରାଲିକୁ ସ୍ଥାନୀୟ ମିନି ଷ୍ଟାଡିୟମ ତଥା BEO କାର୍ଯ୍ୟାଳୟ ପରିସରରୁ ବ୍ଳକ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ ପରେ,

ପୋଷ୍ଟର-ବ୍ୟାନର ଧରି ଶିକ୍ଷକମାନଙ୍କ ସହିତ ମିଶି ଶେରଗଡ଼ ବଜାର ଦେଇ ଚାରିଛକ ଠାରେ ସହକାରୀ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ସୌରୀ ଶଙ୍କର ବେହେରାଙ୍କ ପ୍ରସ୍ତୁତ ଶିଶୁ ନିରାପତ୍ତା ନିମନ୍ତେ ଉଦ୍ଦିଷ୍ଟ “ମେସେଜ୍ ଷ୍ଟଲ” ନିକଟରେ ପହଞ୍ଚିଲେ।

ଏହି ରାଲି ରେ ମିଡ଼ିଆ ହାଉସ ର ସଭାପତି ଅଖିଳ କୁମାର ପଟ୍ଟନାୟକ ଙ୍କ ସହିତ ବ୍ଲକ ର ଶତାଧିକ ଶିକ୍ଷକ ସାମିଲ ଥିଲେ ।

ସେଠାରୁ ସମସ୍ତେ ମିଶି ତାକରଡ଼ା, ଚିକିଲି, ସାଗରପଲ୍ଲୀ ଓ ଭୁଷୁଣ୍ଡା ଗ୍ରାମ ପରିକ୍ରମା କରି ସର୍ବସାଧାରଣଙ୍କୁ ସଚେତନ ବାର୍ତ୍ତା ଦେବାପରେ ସ୍ଥାନୀୟ PWD ବଙ୍ଗଳାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।