Wednesday, November 11, 2026
Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷ ରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ।

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷ ରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ।

40

ଗୁଣୁପୁର , ୦୮/୦୭/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଗୁଣୁପୁର ବନ ବିଭାଗ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗୁଣୁପୁର ସହରର ଆଇ ଟି ଡି ଏ କାର୍ଯ୍ୟାଳୟ ଠାରୁ ଗୁଣୁପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଥିବା ରାସ୍ତା ଡିଭାଇଡର ରେ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଚାରାରୋପଣ କରି ଶୁଭ ଉଦଘାଟନ କରିଥିଲେ।

ଏହି ଭଳି ସାମାଜିକ ଦାୟିତ୍ବ ବୋଧ କାର୍ଯ୍ୟକ୍ରମକୁ ଭୁୟସା ପ୍ରଶଂସା କରିବା ସହ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।ବିଶ୍ଵ ବିଦ୍ୟାଳୟ ର ଉପସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ରେଜିଷ୍ଟ୍ରାର ଡ଼ ଏ ନ. ଭି.ଜେ. ରାଓ ଯୋଗ ଦେଇ ଚାରା ରୋପଣ କରିଥିଲେ।

ବିଭାଗୀୟ ମୁଖ୍ୟ ମନୋଜ ଦାସ,ଆଶିଷ ସାମଲ,ସନ୍ତୋଷ କୁମାର ପଣ୍ଡା,ଅଶୋକ ମିଶ୍ର, ଅଧ୍ୟାପକ ଭି ଗଣେଶ,ଶଶାଙ୍କ ଶେଖର ପଣ୍ଡା,ଗୋପାଳ କୃଷ୍ଣ ମହାନ୍ତି ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବନାଞ୍ଚଳର ବନପାଳ ଶିବାନି ପାତ୍ର,ବନରକ୍ଷୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ ଥିଲେ।

ଏହି କାର୍ଯ୍ୟକ୍ରମକୁ ବିଶ୍ଵ ବିଦ୍ୟାଳୟ ଜାତୀୟ ସେବା ଯୋଜନା ର ଆବାହକ ଡ଼ .ପ୍ରେମାନଶୁ ଶେଖର ରଥ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ତ୍ରିଲୋଚନ ନାୟକ, କ୍ରୀଡ଼ା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ବ୍ରଜ ସୁନ୍ଦର ଦାସ,ଚନ୍ଦ୍ରକାନ୍ତ ସେଠି ପ୍ରମୁଖ ପରିଚାଳନା କରିଥିଲେ।