
ରାୟଗଡ଼ା , ୦୮/୦୭/୨୨ (ଜିଲ୍ଲା ଖବର) : ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ମାଉଁସି ମାଆ ପରିସରରେ ବିଭିନ୍ନ ସଂlସ୍କୃତିକ ଅନୁଷ୍ଠାନ ତରଫରୁ ଭଜନ ଓ ନୃତ୍ୟ ପରିବେଷଣ କରିଥିଲେ l ପ୍ରଥମ ଦିନରେ ନେତାଜୀ ୟୁଥ ଆସୋସିଏସନ, ଦ୍ଵିତୀୟ ଦିନରେ ସ୍ୱରସାଗର ସଂସ୍କୃତିକ ଅନୁଷ୍ଠାନ ତରଫରୁ ସୋନାମ ଧନ୍ୟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ଭୋଜନ ପରିବେଷଣ କରିଥିଲେ l ସେହିପରି ତୃତୀୟ ଦିନରେ ଗାୟତ୍ରୀ ସଂଘଠନ ତରଫରୁ ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗଦନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର,ତହସିଲଦାର ରାୟଗଡ,ତାପସ କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ପ୍ରମୁଖ ଯୋଗଦାନ କରି କାଳକlର ମାନଙ୍କୁ ଉତ୍ସାହିତ କରିଥିଲେ l ଗାୟତ୍ରୀ ସଂଘଠନର ସଭାପତି ଯେ.ସୁକାନ୍ତ ଉଦ୍ୟମରେ ଏହି ନୃତ୍ୟ କାର୍ଯ୍ୟକ୍ରମରେ ୧୮ଟି ନୃତ୍ୟ ଶିଳ୍ପୀ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୁଗଦ୍ଧ କରିଥିଲେ l
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


