Thursday, October 15, 2026
Home ଆଞ୍ଚଳିକ ଅବ୍ୟବସ୍ଥା ଭିତରେ ପେନିକଣା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଦ୍ୟାଳୟ ।

ଅବ୍ୟବସ୍ଥା ଭିତରେ ପେନିକଣା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଦ୍ୟାଳୟ ।

80

ରାୟଗଡ଼ା , ୦୮/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଡାଙ୍ଗଲୋଡି ପଂଚାୟତ ପେନିକୋଣl ଗ୍ରାମ ସ୍ଥିତ ପେନିକଣା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଦ୍ୟାଳୟ ଅବ୍ୟବସ୍ଥା ଭିତରେ ଚାଲିଥିବା ବେଳେ ଶିକ୍ଷା ବିଭାଗ ଚୂପି ସାଧିଥିବା ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଉକ୍ତ ବିଦ୍ୟାଳୟରେ ୫ମ ରୁ ୧୦ମ ପର୍ଯ୍ୟନ୍ତ ମୋଟ ୩୨୧ ଛାତ୍ର ଛାତ୍ରୀ ଥିବା ବେଳେ ସେଠାରେ ଛାତ୍ର ଛାତ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଉପସ୍ଥିତ ରହୁନଥିବା ଜଣା ପଡ଼ିଛି। ଏହାର ମୁଖ୍ୟ କାରଣ ଉକ୍ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ଦିଆଯାଉଥିବା ଉତ୍ତମ ଖାଦ୍ୟ ଅଭାବ ବୋଲି ଜଣା ପଡ଼ିଛି । ଦ୍ବିତୀୟତଃ ଏହା ଦୁର୍ଗମ ଅଂଚଳ ହୋଇଥିବାରୁ ଉକ୍ତ ବିଦ୍ୟାଳୟ କୁ କୌଣସି ଅଧିକାରୀ ମଧ୍ୟ ଯାଉନଥିବା ସୂଚନା ମିଳିଛି ।

ଏହି ବିଦ୍ୟାଳୟରେ ପ୍ରତ୍ୟେକ ବୁଧବାର ଓ ଶନିବାର ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବା ଖାଦ୍ୟ ତାଲିକାରେ ଥିବା ବେଳେ ଆଦୌ ଦେଉ ଣ ଥିବା ନଜରକୁ ଆସୁଛି । ଏ ବିଷୟରେ ଛାତ୍ର ଛାତ୍ରୀ ମୁହଁ ଖୋଲିଲେ ଧମକ ମିଳୁଥିବା ସୂତ୍ରରୁ ଜଣାପଡିଛି । ଉକ୍ତ ସ୍କୁଲ ର ଛାତ୍ର ଛାତ୍ରୀ କ୍ୟାମେରା ଆଗରେ କହିବାକୁ ଡରୁଛନ୍ତି ଏବଂ ନାଁ ନକହିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ସବୁବେଳେ ଅତି ନିମ୍ନମାନର ଖାଦ୍ୟ ଦେଉଥିବା ସତ୍ତ୍ବେ କେହି ମଧ୍ୟ ଏହାକୁ ଧ୍ୟାନ ଦେଉନଥିବା ଶିକ୍ଷା ବିଭାଗ ପାଈଁ ଲଜ୍ଜା ଜନକ ବିଷୟ ।

ଉକ୍ତ ଦାୟିତ୍ୱରେ ଥିବା ଶିକ୍ଷକ ଙ୍କୁ ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ଫୋନ ମାଧ୍ୟମରେ ଜଣାଇଥିଲେ ମଧ୍ୟ ସୁଧୁରୁନଥିବା ଶିକ୍ଷା ଅଧିକାରୀ ଙ୍କ ଏବଂ ଉକ୍ତ ବିଦ୍ୟାଳୟର ଶିକ୍ଷକଙ୍କ ମଧୁଚନ୍ଦ୍ରିକା ପଦାରେ ପଡ଼ିଛି । ସମୟ ଥିଲା ୨୦୧୬ମସିହାରେ ଉକ୍ତ ବିଦ୍ୟାଳୟରେ ୭୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ବର୍ତ୍ତମାନ ଉକ୍ତ ବିଦ୍ୟାଳୟ ରେ ମାତ୍ର ୩୨୧ ଛାତ୍ର ଛାତ୍ରୀ ରହୁଥିବା ଏହି ବିଦ୍ୟାଳୟର ଅବ୍ୟବସ୍ଥା ଓ ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀଙ୍କ ଏକଛତ୍ରବାଦୀ ନୀତିକୁ ପଦାରେ ପକାଉଛି ।

ଏହି ବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ଫୋନ ଯୋଗେ ଜଣାଇବାରୁ ସେ ଏ ଘଟଣା କୁ ତଦନ୍ତ କରିବେ ବୋଲି କହିଥିବାବେଳେ ଏସ ଏସ ଡି ଅଧିକାରୀ ତଥା ଜିଲ୍ଲା ସ୍କୁଲ ନିରୀକ୍ଷକ ଶ୍ରୀ ଶ୍ୟାମଘନ ଭୂୟାଁ ନିଶ୍ଚିତ ଭାବେ ଏହା ଦୁଃଖର କଥା ଓ ଏହା ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏହି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିଲା ନାହିଁ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।