
ରାୟଗଡ଼ା , ୦୮/୦୭/୨୨ (ଜିଲ୍ଲା ଖବର) : ମା’ ଓ ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିିର୍ଦ୍ଦେଶ ରହିଛି । ହେଲେ ବହୁ ସ୍ଥାନରେ ଏହି ସବୁ ଯୋଜନାର ବାସ୍ତବ ରୂପ କିନ୍ତୁ ଓଲଟା । ଆଉ ଉପାନ୍ତ ଅଞ୍ଚଳରେ ଗର୍ଭବତୀଙ୍କ ଦୁର୍ଦ୍ଦଶା କହିଲେ ନସରେ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିରେ ଦେଖିବାକୁ ମିଳିଛି ଦୁର୍ଦ୍ଦଶାର ଏଭଳି ଏକ କରୁଣ ଦୃଶ୍ୟ ।


ସୂଚନା ଅନୁୟାୟୀ, ଗର୍ଭ ଯନ୍ତ୍ରଣା ଯୋଗୁଁ ଜଣେ ଗର୍ଭବତୀ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ତେବେ ମଧ୍ୟାହ୍ନ ସମୟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲିଥିଲା । ଦୁଇ ଘଣ୍ଟା କାଳ ଅପେକ୍ଷା କରିବା ପରେ ମଧ୍ୟ ନା ଅନ୍ୟ କୌଣସି କର୍ମଚାରୀଙ୍କ ଦେଖି ମିଳିଥିଲା । ସେହି ପରି ବହୁତ ଦିନ ହେଲା ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଥାଇ ଡାକ୍ତର ମଧ୍ୟ ନାହିଁ ଯାହା ଫଳରେ ସବୁଦିନ ଦିନ ୧୨ ଟା ପରେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ର ତାଲା ପଡ଼ିଥାଏ ।


ଯାହା ଫଳରେ ଅନେକ ସମୟ ଅପେକ୍ଷା କରିବା ପରେ ସେ ଆମ୍ବୁଲାନ୍ସରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲକୁ ଯାଇଥିଲେ । ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଏଭଳି ଘଟଣା ଘଟୁଛି । ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଉଛି ।


ତଥାପି ଆଜି ପର୍ଯ୍ୟନ୍ତ ବ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଆଉ ଯେ କୌଣସି ମୁହୂର୍ତ୍ତରେ ଏହା ଆନ୍ଦୋଳନର ରୂପ ନେଇପାରେ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ସମସ୍ୟାର ସମାଧନ କରି ରୋଗୀ ସେବା ଉପରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ପରାମର୍ଶ ଦିଆଯାଇଛି ।


ଏବିଷୟରେ CDMO ଙ୍କୁ ପଚାରିବାରୁ ଗତ ମାସରେ ଗୋଟିଏ ଡାକ୍ତର ଙ୍କୁ ପୋଷ୍ଟିଙ୍ଗୀ ହୋଇଥିଲା ସେ ଟିକିରି ଯାଇ ପରିବେଶ ଦେଖିବା ପରେ ଜୋଇନ ନକରି ଛୁଟିରେ ଅଛନ୍ତି କହିଲେ CDMO, ଫାର୍ମାସିଷ୍ଟ ନାହାନ୍ତି ନର୍ସ ନାହାନ୍ତି,ଗୋଷ୍ଠୀ କେନ୍ଦ୍ର କେମିତି ଚାଲିବ ପ୍ରାୟ ସବୁବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।


ସ୍ଥାନୀୟ ବିଧାୟକ ଙ୍କ ମକରନ୍ଦ ମୁଦୁଲି ଙ୍କ ନିଜସ୍ବ ବ୍ଲକରେ ଏମିତି ବ୍ୟବସ୍ଥା ଚାଲିଛି ଅନ୍ୟବ୍ଲକର କେମିତି ଥିବ ଅନୁମାନ କରାଯାଇପାରେ । ବିଧାୟକ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିଲା ନାହିଁ ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


