Tuesday, October 13, 2026
Home ଆଞ୍ଚଳିକ ଖଲ୍ଲିକୋଟ ଠାରେ ଦ୍ରୁତଗାମୀ ଟ୍ରେନ ରହଣି ଓ ବୟନଶିଳ୍ପ ପାର୍କ ଖୋଲିବା ପାଇଁ ରେଳ ଓ...

ଖଲ୍ଲିକୋଟ ଠାରେ ଦ୍ରୁତଗାମୀ ଟ୍ରେନ ରହଣି ଓ ବୟନଶିଳ୍ପ ପାର୍କ ଖୋଲିବା ପାଇଁ ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ l

48

ଖଲ୍ଲିକୋଟ , ୦୮/୦୭/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ରେଳ ଷ୍ଟେସନ ଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନ ଓ ଗଞ୍ଜାମ ଜିଲ୍ଲାରେ ଏକ ବୟନ ଶିଳ୍ପ ଖୋଲିବା ପାଇଁ ଖଲ୍ଲିକୋଟ ପ୍ରେସ କ୍ଲବ ଓ ବରିଷ୍ଠ ନାଗରିକ ମଂଚ ସମେତ ବିଭିନ୍ନ ସଂଗଠନ ଗଂଜାମ ଗ୍ରସ୍ତରେ ଥିବା କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି l

ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ଏକ ମାତ୍ର ରେଳ ଷ୍ଟେସନ ଥିବା ବେଳେ ଏହି ଷ୍ଟେସନ ପ୍ରତି କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇ ଆସୁଛି l ସ୍ବର୍ଗତ ଆସିକା ସାଂସଦ ଲଡୁ କିଶୋର ସ୍ବାଇଁ ଏ ନେଇ ବହୁବାର ଲୋକସଭାରେ ଦାବି ଉପସ୍ଥାପନ କରିଥିବା ବେଳେ ବର୍ତ୍ତମାନର ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଖଲ୍ଲିକୋଟକୁ ଆସିକା ରେଳପଥ ମାଧ୍ୟମରେ ସଂଯୋଗ ପାଇଁ ଗତ ନିର୍ବାଚନରେ କହିଥିଲେ l

ଖଲ୍ଲିକୋଟ ,ବେଗୁନିଆପଡା ,ପୋଲସରା ,ବୁଗୁଡ଼ା ,କବିସୂର୍ଯ୍ୟନଗର ,ଆସିକା ସମେତ ବିଭିନ୍ନ ବ୍ଲକର ଲକ୍ଷାଧିକ ଶ୍ରମିକ ସୁରଟ ,ମୁମ୍ବାଇ ,ଗୋଆ ,ଆନ୍ଧ୍ର ଭଳି ରାଜ୍ୟକୁ ପ୍ରତିଦିନ ଯାଉଥିବା ବେଳେ ସେମାନଙ୍କ ପାଇଁ କୌଣସି ଦ୍ରୁତଗାମୀ ଟ୍ରେନର ରହଣି ବ୍ୟବସ୍ଥା ନାହିଁ l ତେଣୁ ଉକ୍ତ ଶ୍ରମିକ ମାନେ ଖର୍ଚ୍ଚାନ୍ତ ହୋଇ ବ୍ରହ୍ମପୁର ,ଭୁବନେଶ୍ୱର ଓ ପୁରୀ ଉପରେ ନିର୍ଭର କରନ୍ତି l

କୋଣାର୍କ ,ଭିଶାଖା ,ରାଜାରାଣୀ ,ପୁରୀ ଓଖା ,ଫଲକନାମା ,କଟକ ,ବ୍ରହ୍ମପୁର ଫାଷ୍ଟ ପାସେଞ୍ଜର ଭଳି ଦ୍ରୁତଗାମୀ ଟ୍ରେନ ରହଣି ପାଇଁ ବହୁ ଆନ୍ଦୋଳନ ହେବା ସହ ବରିଷ୍ଠ ନାଗରିକ ମଂଚ ତରଫରୁ ବହୁବାର ଦାବି ଜଣାଇବା ପରେ ରେଳ କର୍ତ୍ତୃପକ୍ଷକୁ ଜଣାଇବା ପରେ ଗୋଟିଏ ଦ୍ରୁତଗାମୀ ଟ୍ରେନ ରହଣି ପାଇଁ DRM ଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ l

ଯାହା ଫଳରେ ଖଲ୍ଲିକୋଟ ପ୍ରେସ କ୍ଲବ ସଭାପତି ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ଓ ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା ମାନେ ପୁରୁଷୋତ୍ତମପୁର ଠାରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦ୍ରୁତଗାମୀ ଟ୍ରେନର ରହଣି ଓ ଏକ ବୟନଶିଳ୍ପ ପାର୍କ ଖୋଲିବା ପାଇଁ ଦାବି ଜଣାଇଥିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ।