
ନବରଙ୍ଗପୁର , ୦୮/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଓ ଖାତିଗୁଡା ପୋଲିସ କୁ ମିଳିଲା ସଫଳତା । ଧରା ପଡ଼ିଲା ବହୁ ଚର୍ଚ୍ଚିତ ଥିବା ନବରଙ୍ଗପୁର ଜିଲ୍ଲା ଖାତୀଗୁଡ଼ା ହାଇସ୍କୁଲ ର କମ୍ପ୍ୟୁଟର ଚୋରି କରି ଚ୍ୟାଲେଞ୍ଜ କରି ସ୍କୁଲ୍ କାନ୍ଥ ରେ ଲେଖିଥିବା ଧୁମ୍ ୪ ପୁଣି ଆସିବୁ ଧରି ପାରିବ ତ ଧର ଘଟଣା ର ଚୋର ।


ଖାତିଗୁଡ଼ା ସହର ର ଦୁଇ ଭାଈ ଏହି ଘଟଣା ରେ ଜଡ଼ିତ ଥିବା ନେଇ ନବରଙ୍ଗପୂର ଏଏସପି ଙ୍କ ପ୍ରେସ ମିଟ ରେ ସୁଚନା । ଗତ ରଥଯାତ୍ରା ଦିନ ଇନ୍ଦ୍ରାବତୀ ସହର ଅନ୍ତର୍ଗତ ଖାତିଗୁଡା ହାଇସ୍କୁଲରେ କମ୍ପ୍ୟୁଟର୍ , ପ୍ରିଣ୍ଟର ତଥା ଅନ୍ୟ କିଛି ଜିନିଷ ଚୋରୀ ହୋଇଥିଲା ।


ଏଥିସହ ଚୋର ମାନେ ଚ୍ୟାଲେଞ୍ଜ ସଦୃଶ୍ୟ ସ୍କୁଲ ବ୍ଲାକ ବୋର୍ଡ ରେ ସ୍କୁଲ୍ କାନ୍ଥ ରେ “ସ୍କୁଲ ପିଲା ଧୁମ୍ ୪ ପୁଣି ଆସିବୁ ଧରି ପାରିବ ତ ଧର ” ବୋଲି ଚୋର ଲେଖିଥିଲେ। ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖାତିଗୁଡା ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ।


ସାଇନ୍ନ୍ତିଫିକ ଟିମ ଓ ସନ୍ଧାନି କୁକୁର ର ସାହାଯ୍ୟ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲେ। ଏବଂ ଘଟଣା ରେ ଇନ୍ଦ୍ରାବତୀ ସହରର ଜଣେ ଅବସରପ୍ରାପ୍ତ ପିଅନ ପ୍ରମୋଦ ଦାସ ଙ୍କ ଦୁଇ ପୁଅ । ଦୁଇ ଭାଈ ଆଦିତ୍ୟ ଦାଶ ଓ ଆନନ୍ଦ ଦାଶ ବୋଲି ଜାଣିବାକୁ ପାଇଥିଲେ ।


ଦୁଇ ଭାଇ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଘରର ଆର୍ଥିକ ପରିସ୍ଥିତି ଠିକ୍ ନ ଥିବାରୁ କମ୍ପ୍ୟୁଟର୍ ବିଜିନେସ କରିବା ପାଇଁ କମ୍ପ୍ୟୁଟର୍ ର ଆବଶ୍ୟକତା ଥିବାରୁ ସେମାନେ ସ୍କୁଲର କମ୍ପ୍ୟୁଟର ଚୋରୀ କରିଥିଲେ ଏବଂ ପୋଲିସ୍ କୁ ଚକମା ଦେବା ପାଇଁ ସ୍କୁଲ କାନ୍ଥ ରେ ଏଭଳି ଲେଖି ଥିବା ପୋଲିସ୍ ଜାଣିବାକୁ ପାଇଥିଲେ ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର ।



