
ରାୟଗଡ଼ା , ୦୮/୦୭/୨୨ ( ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ଗ୍ରାମ, ସେଠାରେ ଅବସ୍ଥିତ ରାମକୃଷ୍ଣ ମିଶନ ଆଶ୍ରମ, ବିଷମ କଟକ ଟାଉନ୍, ଏବଂ ସ୍ଥାନୀୟ ସିଭିଲ କୋର୍ଟ ପରିସର ଭିତରେ ଅନୁଷ୍ଠିତ ହୋଇଥିଲା ।


ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସିଭିଲ୍ କୋର୍ଟ ର ବରିଷ୍ଠ ଦେୱ।ନୀ ବିଚାରପତି ତଥା ସହକାରୀ ଦୌରାଜଜ୍ ଅରୁନ୍ଧତୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧୀକାରୀ ତଥା ଅତିରିକ୍ତ ମୁନସିଫ୍ ଶ୍ରୀ କୁମାର ସ୍ପନ୍ଦନ ପରିଚାଳନା କରିଥିଲେ ।


ଏହି କାର୍ଯ୍ୟକ୍ରମକୁ ମୁନିଗୁଡା ଫରେଷ୍ଟ୍ ରେଞ୍ଜ୍ ର ଆଇ.ଏଫ୍.ଏସ୍. ଇନ୍ ଚାର୍ଜ୍ ଶ୍ରୀ ଆର୍. କାଲାଇଭାନନ୍ ଶୁଭାରମ୍ଭ କରିଥିବା ବେଳେ, ଜଙ୍ଗଲ ବିଭାଗୀୟ କର୍ମଚାରୀବୃନ୍ଦ ଫରେଷ୍ଟର ଶ୍ରୀ ଡମ୍ବରୁଧର ସେନାପତି, ଫରେଷ୍ଟ ଗାର୍ଡ ଶ୍ରୀ କମଳ ନାଗ, ରନିତ୍ ମହାରଣା, ତଥା ନାଇଟ୍ ୱ।ଚର୍ ପ୍ରସାଦ ପରିଚ୍ଛା ଓ ମଣ୍ଟୁ ବେହେରା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।



ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ରାମକୃଷ୍ଣ ମିଶନ ଆଶ୍ରମର ଛାତ୍ର ଛାତ୍ରୀ ତଥା ଶିକ୍ଷକବୃନ୍ଦ, ବିଷମକଟକ ବାର୍ ଆସୋସିଏସନ୍ ର ଓକିଲ ବୃନ୍ଦ, ପାରାଲିଗାଲ୍ ସ୍ବେଚ୍ଛାସେବୀ ଏବଂ ସ୍ଥାନୀୟ କୋର୍ଟର କର୍ମଚାରୀ ମାନେ ଯୋଗଦାନ କରିଥିଲେ।


ଏହି ମହୋତ୍ସବରେ ବିଭିନ୍ନ ପ୍ରକାରର ବୃକ୍ଷ ଯଥା- ଅର୍ଜୁନ, ଜାମୁକୋଳି, ଅଶୋକ, କଦମ୍ବ, ଅଅଁଳା, ନିମ୍ବ, ଆମ୍ବ, ପଣସ, ପିଜୁଳି, ମେହଗାନୀ, ଗମ୍ଭାରୀ, ବାହାଡ଼ା ଭଳି ପାଖାପାଖି ୫୦୦ ବୃକ୍ଷ ହାଟ ମୁନିଗୁଡା ଏବଂ ବିଷମକଟକ ଅଞ୍ଚଳରେ ରୋପଣ କରାଯାଇଥିଲା ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


