Wednesday, November 11, 2026
Home ଆଞ୍ଚଳିକ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିକାଶ ମୂଳକ ପ୍ରକଳ୍ପର ସମୀକ୍ଷା ବୈଠକର ଅନୁଷ୍ଠିତ

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିକାଶ ମୂଳକ ପ୍ରକଳ୍ପର ସମୀକ୍ଷା ବୈଠକର ଅନୁଷ୍ଠିତ

53

ହିଞ୍ଜିଳିକାଟୁ,୮/୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବ୍ଲକ୍ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପଞ୍ଚାୟତ ର ଉନ୍ନତିକରଣ ସହିତ ପରିମଳ, ଆବର୍ଜନା ସଂଗ୍ରହ, ସ୍ବଚ୍ଛ ସର୍ବେକ୍ଷଣ, ସ୍ମାର୍ଟ ପାର୍କ ଆଦି ଉପରେ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ଗୁରୁତ୍ବ ଆରୋପ କରି ବୈଠକରେ ଜିଲ୍ଲାପାଳ ଆଲୋଚନା କରି କହିଛନ୍ତି ଯେ, ପ୍ରତି ଘରକୁ ଘର ଯାଇ ଅଳିଆ ଉଠା ଯାନ ଦ୍ୱାରା ଆବର୍ଜନା ସଂଗ୍ରହ କରନ୍ତୁ । ବଳକା ଖାଦ୍ୟ, ପନିପରିବା ଚୋପା ଆଦି ଓଦା ଆବର୍ଜନା ପାଇଁ ସବୁଜ ଡଷ୍ଟବିନ୍ ଓ ଶୁଖିଲା ଆବର୍ଜନା ପାଇଁ ନୀଳ ଡଷ୍ଟବିନ୍ ସମସ୍ତେ ଯେପରି ବ୍ୟବହାର କରିବେ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶୁଖିଲା ବର୍ଯ୍ୟବସ୍ତୁ ଓ ଓଦାଳିଆ ବର୍ଯ୍ୟବସ୍ତୁ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାପାଳ ପରିମଳ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, ସମସ୍ତ ଜନ ସାଧାରଣ ସେମାନଙ୍କ ଘରପାଖ ଅଞ୍ଚଳ, ରାସ୍ତାଘାଟ, ପାର୍କ, ଦୋକାନ ବଜାର ଅଞ୍ଚଳ, ନାଳ ଓ ନର୍ଦ୍ଦମା, ସାଧାରଣ ସ୍ଥାନ ସଫା ସୁତୁରା ରଖି ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ସହଯୋଗ କରିବା ଉଚିତ୍ ବୋଲି କହିଛନ୍ତି । ସପ୍ତାହରେ ଥରେ ଶୌଚାଳୟ ସଫାସୁତୁରା କାର୍ଯ୍ୟ ତଦାରଖ କରିବାକୁ କହିଥିଲେ । ବୈଠକରେ ଜିଲ୍ଲାପାଳଙ୍କ ସମେତ ଏଡିମ ପ୍ରିୟରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।