Home ଆଞ୍ଚଳିକ ଉନ୍ନୟନ କାମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା ଦୁର୍ନୀତି ମୁକ୍ତ କରି , ଗରିବ...

ଉନ୍ନୟନ କାମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା ଦୁର୍ନୀତି ମୁକ୍ତ କରି , ଗରିବ କଲ୍ୟାଣ କାମ କର ।

68


ନବରଙ୍ଗପୁର , ୦୬/୦୭/୨୨ ( ଜିଲ୍ଲା ଖବର ) ୦୬/୦୭/୨୨ ( ଜିଲ୍ଲା ଖବର ) : ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ । ଗରିବଙ୍କ କଲ୍ୟାଣ ପାଇଁ କାମ କର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକ କଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଅ ଦୁର୍ନୀତି ମୁକ୍ତ କର । ସ୍ଥାନୀୟ ମିଶନଶକ୍ତି ସଭା ଗୃହରେ ଜିଲ୍ଲାର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରି ଅଧିକାରୀ ଏବଂ କର୍ମଚାରୀମାନଙ୍କୁଏଭଳି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ୍‌ ବାର୍ଲା । କେନ୍ଦ୍ର ସରକାରଙ୍କ ବିଭିନ୍ନଯୋଜନାର ସମୀକ୍ଷା କରିବା ପରେ ସେ କହିଛନ୍ତି ଯେ, ପ୍ରତିଘରକୁ ପାନୀୟଜଳ ଯୋଗାଣ ଉପରେପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି । ସେଥିପାଇଁ ଜଳଜୀବନ ମିଶନରେ ବ୍ୟାପକ ଅନୁଦାନ ପ୍ରଦାନକରାଯାଇଛି ।
ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ରପାଢି କହିଛନ୍ତି, ଜିଲ୍ଲାର ୫୧ ପ୍ରତିଶତ ଘରକୁଏବେ ପାଇପ୍ ପାଣି ଯୋଗାଣ ହେଉଛି । ୪ଟିମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି । ୨୦୨୩ ମାର୍ଚ୍ଚ ସୁଧା ୯୮ ଶତ ଘରକୁ ପାଇପ୍‌ ପାଣି ଯୋଗାଇ ଦିଆଯାଇପାରିବ ।ଏହି ଅବସରରେ ମନରେଗା ଶ୍ରମଦିବସକୁନେଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ
ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ,ଜିଲ୍ଲାରେ ଏସ୍ଏଫ୍‌ସି ଓ ସି ଏଫସି ନାଁରେ ମନରେଗାରେ ଜେସିବିରେ କାମ କରାଯାଉଛି। ମଧ୍ୟାନ ଭୋଜନ ଚାଉଳର ଓଜନ୍ କମ ରହୁଛି । ଏହିଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁପ୍ରତ୍ୟେକ ବିଦ୍ୟାଳୟକୁ ଓଜନ ମେସିନ୍ କିଣିବାକୁ
ନିର୍ଦ୍ଦେଶ ଦିଆଯାଇଛି। ଚାଉଳ ପହଂଚିବା ପରେ ଓଜନ କରି ରଖିବାକୁ ଶିକ୍ଷକ ମାନଙ୍କୁ କୁହାଯାଇଛି । ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତୀଙ୍କ ନିର୍ଦେଶ ଦେଇଥିଲେ l ଶ୍ରମକଙ୍କ ଦିବସ କମ୍, ଜେସିବିରେ କାମ ହେଉଛି ।ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଶ୍ରମିକମାନଙ୍କୁ କାମ ଯୋଗେଇ ଦେବାକୁ ନିର୍ଦ୍ଧେଶ । ଏଥିସହ ତେନ୍ତୁଳିଖୁଣ୍ଟି ବ୍ଲକରେ ୧୫୦୧ ହିତାଧିକାରୀଙ୍କ ୩ ମାସର ଚାଉଳ ହଡ଼ପ କରାଯାଇଥିବା ସଂପର୍କରେ ସେ କେନ୍ଦ୍ର ମନ୍ତ୍ରୀଙ୍କଦୃଷ୍ଟି ଆକର୍ଷଣ କରିଥିଲେ। ଚାଉଳ ହଡପଘଟଣାକୁ ଜିଲ୍ଲାପାଳ ଡ. କମଳଲୋଚନ ମିଶ୍ରସ୍ବୀକାର କରିଥିଲେ । ସେ କହିଥିଲେ ଯେ, ଚାଉଳହଡପ ଘଟଣାର ତଦନ୍ତ କରାଯାଇଛି । ନିଶ୍ଚିତ
ଭାବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳା ପାଳ କହିଥିଲେ l ପ୍ରଶାସନ ପାଖକୁ ଅଭିଯୋଗ ଆସିଲେ ।ତୁରନ୍ତ ସମଧାନ କରାଯାଉଛି।ଏଥିରେ କୃଷି, ପାନୀୟ ଜଳ ,ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀସମ୍ପଦ ବିଷୟରେ ଆଲୋଚନା କରିଥିଲେ l ପୂର୍ବତନ ସାଂସଦ ବଳଭଦ୍ର ମାଝୀ,ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଳା ପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ,ସିଡ଼ିଏମଓ ଡା.କାଳିପ୍ରସାଦ ବେହେରା,ଉଠାଜଳ ସେଚନ ମୁଖ୍ୟ ଯନ୍ତି ଦିଲୀପ ଦାସ,ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଳା ର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।