
ଗୁଣପୁର, ୦୬/୦୭/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲା ଗୁଣପୁର ସ୍ଥିତ ସେଣ୍ଟ ଭିନସେଣ୍ଟ ପବ୍ଲିକ ସ୍କୁଲ ପରିସରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।


ଗୁଣପୁର ସମ୍ବାଦ ସାହିତ୍ୟ ଘର ଏବଂ ବନ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ଘରର ମୁଖ୍ୟ ସଞ୍ଚାଳକ ଶ୍ରୀଅକ୍ଷୟ ଦାଶ ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ଏବଂ ବୃକ୍ଷ କିଭଳି ମଣିଷର ପ୍ରତ୍ୟେକ କାର୍ଯ୍ୟରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି ।ସେନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ।





ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ ଅତିରିକ୍ତ ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ,ଇଂ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରଶ୍ମିରଣୀ ନିମାକା,ସାହିତ୍ୟିକ ସୁରେନ୍ଦ୍ର ପ୍ରସାଦ ମିଶ୍ର, କବି ପ୍ରତାପ କୁମାର ରାୟ,ଶରତ ଚନ୍ଦ୍ର ମହାପାତ୍ର, ବ୍ୟଙ୍ଗ କବି ନିଳାଞ୍ଚଳ ମିଶ୍ର,ଅନନ୍ତ ପାତ୍ର, ଉମାଦାଶ, ରମେଶ ମିଶ୍ର,


ପ୍ରେସ କ୍ଲବ ଗୁଣପୁର ର ଆବାହକ ଅନିଲ କୁମାର ସାହୁକାର, ସମ୍ପାଦକ ରାଜେଶ ପଣ୍ଡା,ସମ୍ବାଦ ପ୍ରତିନିଧି ଦେବୀ ପ୍ରସାଦ ମିଶ୍ର ଙ୍କ ସମେତ ଅନୁଷ୍ଠାନ ପ୍ରିନପାଲ ସିଷ୍ଟେଟ ଭିକ୍ଟୋରିଆ ଙ୍କ ସମେତ ଅନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।



ଶିକ୍ଷକ ନିଳାଞ୍ଚଳ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରେସକ୍ଲବ ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବନପାଳ ନୀଳମାଧଵ ପାଢ଼ୀ,ଶିବାନୀ ପାତ୍ର,ପୂର୍ଣ୍ଣଚନ୍ଦ୍ର ପାତ୍ର, ଶିବସଙ୍କର ମହାପାତ୍ର,ସସ୍ମିତା ପାତ୍ର, ସଂଗୀତା ନନ୍ଦ,ପ୍ରମୁଖ ପରିଚାଳନା କରିଥିଲେ ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।


