ନବରଙ୍ଗପୁରରେ ଡ୍ରାଗନ ଫୁଟ୍ ଚାଷ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ ।

257


ନନ୍ଦାହାଣ୍ଡି , ୦୬/୦୭/୨୨ ( ଜିଲ୍ଲା ଖବର ) : ନନ୍ଦାହାଣ୍ଡି କୃଷି ଲଗାଗଲା ଇସ୍ରାଏଲ୍‌ରୁ ଅଣାଯାଇଥିବା କ୍ଷେତ୍ରରେ ନୂତନ ସମ୍ଭାବନା ଆଣିଛି ଡ୍ରାଗନ ଫୁଟ୍ ଚାଷ । ବିନା ସରକାରୀ ସହାୟତାରେ ୟୁଟ୍ୟୁବ୍ ଦେଖ୍ ୨ଏକର ଜମିରେ ଏହି ଚାଷ କରିଛନ୍ତି ଜଣେ ଅଗ୍ରଣୀ ଚାଷୀ। ସେ ହେଉଛନ୍ତି ସୁଧାଂଶୁ ପାଢି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିବ୍ଳକ ସିନ୍ଧିଗୁଡାପଞ୍ଚାୟତର ଡେଙ୍ଗାଗୁଡାରେ ଏହି ଚାଷକରି ସୁଧାଂଶୁ ନିଜେ ସ୍ବାବଲମ୍ବୀ ହେବା ସହଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ।ସୁଧାଂଶୁ କହିଛନ୍ତି, ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। ୟୁଟ୍ୟୁବ୍‌ରୁ ସେ ଏହି ଚାଷ ସଂପର୍କରେ ତଥ୍ୟ ହାସଲ କରିଥିଲେ।ଅନଲାଇନରେ ଇସ୍ରାଏଲରୁ ମଗାଇଥିଲେ ୪ ହଜାର ଚାରା।ହଜାର ଚାରା ୪ ବର୍ଷ ପରେ ବାର୍ଷିକ ୭ ଲକ୍ଷ ପର୍ଯ୍ୟନ୍ତ ଲାଭ ଉଦାହରଣ ପାଲଟିଛି ସୁଧାଂଶୁଙ୍କ ପ୍ରୟାସ ଗୋଟିଏ ଚାରାର ମୂଲ୍ୟ ୪୦ ଟଙ୍କା ପ୍ରଥମେ ଇସ୍ରାଏଲ୍‌ରୁ ୪ ହଜାର ଚାରା ଅହମ୍ମଦାବାଦକୁ ଆସିଲା। ସେଠାରୁ ଏଠାକୁ ଆସିବା ପରେ ଗତବର୍ଷ ୨ ଏକର ଜମିରେ ଏହାକୁ ରୋପଣ କରିଥିଲେ। ଗଛ ବଢ଼ିବା ପାଇଁ ଯାହା ଦରକାର, ତାହା ଗୁଜରା ମଗାଇଥିଲେ। ଏହି ଗଛ ୪ ବର୍ଷ ହେବା ପରେ ଭଲ ଫଳ ଦେବ। ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ।ଗୋଟିଏ ଗଛରୁ ଫଳ ମିଳିବ। ଡ୍ରାଗନ ଫୁଟ୍‌ରେ ବୁନ୍ଦା ଜଳସେଚନ କରାଯାଉଛି। ଗୋଟିଏ ଗଛରେ ୨୫ ରୁ ୩୦ ଫଳ ଆସିବ । ଗୋଟିଏ ଫଳର ଓଜନ ପ୍ରାୟ ୪୦୦ ଗ୍ରାମ ରହିବ । ଚାରା ରୋପଣର ପ୍ରଥମବର୍ଷ ଗଛରେ ଯେଉଁ ଫୁଲଫଳ ଆସିଥିଲା, ସେଗୁଡିକୁ ବାହାର କରି ଦିଆଗଲା। ଚଳିତ ବର୍ଷ ମଧ୍ୟ ସେପରି କରାଯାଇଛି । କେବଳ ପରୀକ୍ଷାମୂଳକ ଭାବେ କିଛି ଗଛରେ ଫଳ ରଖାଯାଇଛି।
ଏବେ ଗୋଟିଏ ଗୋଟିଏ ଗଛରେ ୪ଟି ଲେଖାଏଁ ଫଳ ଆସିଛି । ଏହା ଏକ
ଲତାଜାତୀୟ ଗଛ। ଏହି ଫଳରେ ଭିଟାମିନ୍, ମିନେରାଲ୍, ଫାଇବର ଓ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଛି। ଏହା ଦେଖିବାକୁ ଯେତିକି ସୁନ୍ଦର,ସେତିକି ସୁସ୍ୱାଦୁ ମଧ୍ୟ । ତେଣୁ ବ୍ୟବସାୟିକ ଭିତ୍ତିରେ ଏହି ଚାଷ କରାଯାଇଛି। ଗୋଟିଏ ଏକର ଚାଷ ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଯଦି ଭଲଚାଷ ହୁଏ ତେବେ ୩ ବର୍ଷ ପରେ ବାର୍ଷିକ ଏକର ପିଛା ୨ରୁ ୩ ଲକ୍ଷ ଟଙ୍କା ଆୟ ହୋଇଥାଏ । ଯେହେତୁ ସେ ୨ ଏକର ଜମିରେ ୪ ହଜାର ଚରା ଲଗାଇଛନ୍ତି,୪ ବର୍ଷ ପରଠୁ ବାର୍ଷିକ ଖର୍ଚ୍ଚ ଛାଡି ୭ ଲକ୍ଷରୁ ଅଧିକ ଆୟ ଲକ୍ଷ୍ୟ ରଖୁଛନ୍ତି।

ଡ୍ରାଗନ ଫୁଟ୍‌ର ୩ ପ୍ରକାର ଦର ରହିଛି। ପ୍ରଥମ ଗ୍ରେଡ୍ ଫଳ କେଜି ୭ ଶହରୁ ୮ ଶହ ଟଙ୍କା ରହିଛି।ନବରଙ୍ଗପୁର ରେ ଏହି ଫଳର ବ୍ୟବହାର ଖୁବ୍ କମ ଲୋକ ଜାଣିଛନ୍ତି । କିନ୍ତୁ ପୋଡଶୀ ଛତିଶଗଡରେ ଏହାର ବେଶ୍ ଚାହିଦା ରହିଛି। ଜଗଦଲପୁରରେ ଏହି ଫଳର ଅଧିକ ଚାହିଦା ରହିଥିବାରୁ ବିକ୍ରି ବଟାରେ ସମସ୍ୟା ରହିବନି । ଲାଲ ଓ ଧଳା ୨ଟି ରଙ୍ଗର ଡ୍ରାଗନ ଫଳ ରହିଛି। ସେ କିନ୍ତୁ ନାଲି ରଂଗର ଫଳ ଚାଷ କରିଛନ୍ତି। ଏ କ୍ଷେତ୍ରରେ ତାଙ୍କ ସ୍ତ୍ରୀ ମଧ୍ୟ ସହାୟତା କରୁଛନ୍ତି । ଜିଲ୍ଲାରେ ଡ୍ରାଗନ ଚାଷ ପାଇଁ ଜଳବାୟୁ ଅନୂକଳ ରହିଛି। ଜମିରେ ଦୈନିକ ୧୫ ଜଣ ଶ୍ରମିକ କାମ କରି ରୋଜଗାରକ୍ଷମ ହୋଇଛନ୍ତି।ଗୋଟିଏ ଗଛରୁ ଫଳ ମିଳିବ। ଡ୍ରାଗନ ଫୁଟ୍‌ରେ ବୁନ୍ଦା ଜଳସେଚନ କରାଯାଉଛି। ଗୋଟିଏ ଗଛରେ ୨୫ ରୁ ୩୦ ଫଳ ଆସିବ । ଗୋଟିଏ ଫଳର ଓଜନ ପ୍ରାୟ ୪୦୦ ଗ୍ରାମ ରହିବ । ଚାରା ରୋପଣର ପ୍ରଥମବର୍ଷ ଗଛରେ ଯେଉଁ ଫୁଲଫଳ
ଆସିଥିଲା, ସେଗୁଡିକୁ ବାହାର କରି ଦିଆଗଲା। ଚଳିତ ବର୍ଷ ମଧ୍ୟ ସେପରି
କରାଯାଇଛି । କେବଳ ପରୀକ୍ଷାମୂଳକ ଭାବେ କିଛି ଗଛରେ ଫଳ ରଖାଯାଇଛି।
ଏବେ ଗୋଟିଏ ଗୋଟିଏ ଗଛରେ ୪ଟି ଲେଖାଏଁ ଫଳ ଆସିଛି । ଏହା ଏକ
ଲତାଜାତୀୟ ଗଛ। ଏହି ଫଳରେ ଭିଟାମିନ୍, ମିନେରାଲ୍, ଫାଇବର ଓ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଛି। ଏହା ଦେଖିବାକୁ ଯେତିକି ସୁନ୍ଦର,ସେତିକି ସୁସ୍ୱାଦୁ ମଧ୍ୟ । ତେଣୁ ବ୍ୟବସାୟିକ ଭିତ୍ତିରେ ଏହି ଚାଷ କରାଯାଇଛି। ଗୋଟିଏ ଏକର ଚାଷ ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଯଦି ଭଲ ଚାଷ ହୁଏ ତେବେ ୩ ବର୍ଷ ପରେ ବାର୍ଷିକ ଏକର ପିଛା ୨ରୁ ୩ ଲକ୍ଷ ଟଙ୍କା ଆୟ ହୋଇଥାଏ । ଯେହେତୁ ସେ ୨ ଏକର ଜମିରେ ୪ ହଜାର ଚରା ଲଗାଇଛନ୍ତି,୪ ବର୍ଷ ପରଠୁ ବାର୍ଷିକ ଖର୍ଚ୍ଚ ଛାଡି ୭ ଲକ୍ଷରୁ ଅଧିକ ଆୟ ଲକ୍ଷ୍ୟ ରଖୁଛନ୍ତି।ଡ୍ରାଗନ ଫୁଟ୍‌ର ୩ ପ୍ରକାର ଦର ରହିଛି। ପ୍ରଥମ ଗ୍ରେଡ୍ ଫଳ କେଜି ୭ ଶହରୁ ୮ ଶହ ଟଙ୍କା ରହିଛି।ନବରଙ୍ଗପୁରରେ ଏହି ଫଳର ବ୍ୟବହାର ଖୁବ୍ କମ ଲୋକ ଜାଣିଛନ୍ତି । କିନ୍ତୁ ପୋଡଶୀ ଛତିଶଗଡରେ ଏହାର ବେଶ୍ ଚାହିଦା ରହିଛି। ଜଗଦଲପୁରରେ ଏହି ଫଳର ଅଧିକ ଚାହିଦା ରହିଥିବାରୁ ବିକ୍ରି ବଟାରେ ସମସ୍ୟା ରହିବନି । ଲାଲ ଓ ଧଳା ୨ଟି ରଙ୍ଗର ଡ୍ରାଗନ ଫଳ ରହିଛି। ସେ କିନ୍ତୁ ନାଲି ରଂଗର ଫଳ ଚାଷ କରିଛନ୍ତି। ଏ କ୍ଷେତ୍ରରେ ତାଙ୍କ ସ୍ତ୍ରୀ ମଧ୍ୟ ସହାୟତା କରୁଛନ୍ତି । ଜିଲ୍ଲାରେ ଡ୍ରାଗନ ଚାଷ ପାଇଁ ଜଳବାୟୁ ଅନୂକଳ ରହିଛି। ଜମିରେ ଦୈନିକ ୧୫ ଜଣ ଶ୍ରମିକ କାମ କରି ରୋଜଗାରକ୍ଷମ ହୋଇଛନ୍ତି।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।