Saturday, November 14, 2026
Home ଆଞ୍ଚଳିକ କେନ୍ଦ୍ର ମନ୍ତ୍ରୀ ଙ୍କ ତିନିଦିନିଆ ଗଞ୍ଜାମ ଗ୍ରସ୍ତକୁ ସହଯୋଗ କଲାନି ପ୍ରଶାସନ, ଅସନ୍ତୋଷ ପ୍ରକାଶ କଲେ...

କେନ୍ଦ୍ର ମନ୍ତ୍ରୀ ଙ୍କ ତିନିଦିନିଆ ଗଞ୍ଜାମ ଗ୍ରସ୍ତକୁ ସହଯୋଗ କଲାନି ପ୍ରଶାସନ, ଅସନ୍ତୋଷ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ।

35

ଗଞ୍ଜାମ , ୦୬/୦୭/୨୨ ( ଜିଲ୍ଲା ଖବର ) : କେନ୍ଦ୍ର ମନ୍ତ୍ରୀ ତିନିଦିନିଆ ଗ୍ରସ୍ତକୁ ସହଯୋଗ କଲାନି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବିଭନ୍ନ ବ୍ଲକ ପ୍ରଶାସନ l ଜିଲ୍ଲା ପ୍ରଶାସନ ର ଏହି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ l ସେପଟେ ମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି l

ରାଜ୍ୟ ସରକାର କୁଛିତ ଓ ହୀନ ମାନସିକତା ଦେଖାଇ ମନ୍ତ୍ରୀଙ୍କ କାର୍ଯ୍ୟ କ୍ରମରେ କୌଣସି ଅଧିକାରୀଙ୍କୁ ଜାଣିଶୁଣି ପଠାଇନଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର l ତିନି ଦିନିଆ ଆସିକା ସଂସଦିୟ କ୍ଷେତ୍ର ଗ୍ରସ୍ତ ରେ କାନ୍ଦ୍ରୀ ରେଳ ଓ ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜଗଦୋଷ l ଆଜି ହେଉଛି ମନ୍ତ୍ରୀ ଙ୍କ ଗ୍ରସ୍ତର ଦୁତୀୟ ଦିନ l

ପ୍ରଥମ ଦିନରେ ମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗ୍ରସ୍ତ କରିଥିବା ବେଳେ ଆଜି ଦୁତୀୟ ଦିନରେ ସେ ପୋଲସରା ଓ ଆସିକା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଥିଲେ l ଏହି ଅବସରରେ ସେ କେନ୍ଦ୍ରସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନାର କାର୍ଯ୍ୟକାରିତା ନେଇ ଦଳୀୟ କର୍ମୀ ଓ ଜନସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ l

ଏବଂ ରାଜ୍ୟ ସରକାର କେନ୍ଦ୍ରର ବିଭିନ୍ନ ଯୋଜନାକୁ ହଡପ କରି କେନ୍ଦ୍ରସରକାରଙ୍କ ଟଙ୍କା ନେଇ ରାଜ୍ୟ ନିଜ ନାମ ଦେଉଥିବା କହିଥିଲେ ମନ୍ତ୍ରୀ l ଏହି ସହିତ ମନ୍ତ୍ରୀ ଆବାସ ଯୋଜନା ରେ ଘରପାଇଥିବା ହିତାଧିକାରୀ ଓ କେନ୍ଦ୍ରସରକାର ଙ୍କ ବିଭିନ୍ନ ଯୋଜନା ପାଇଥିବା ହିତାଧିକାରୀଙ୍କ ଘରକୁ ଯାଇ ସେମାନଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ ଦର୍ଶନା ଜଗଦୋଷ l

ଏହାପରେ ଆସିକା ଟାଉନ ହଲ ଠାରେ ଜନସାଧାରଣ ଓ ଦଳୀୟ କର୍ମକର୍ତା ଙ୍କ ସହିତ ଆଲୋଚନା କରିଥିଲେ ମନ୍ତୀ l ଏହି ଅବସରରେ ବିଜେପି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସମାନ୍ତସିଂହାର, ଅନିତା ସୁଭଦର୍ଶୀ, ବରିଷ୍ଠ ନେତା ମହେଶ ମହାନ୍ତି, ଦେବରାଜ ମହନ୍ତୁ ଙ୍କ ସମେତ ଘୁମସର ଜିଲ୍ଲା ସଭାପତି ଓ ଜିଲ୍ଲା ଓ ବ୍ଲକ ସ୍ଥରୀୟ ବହୁ କର୍ମକର୍ତା ଉପସ୍ଥିତ ଥିଲେ l