

ଆସିକା,୨୭/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ବ୍ୟକ୍ତି ନିର୍ମାଣ,ପରିବାର ନିର୍ମାଣ,ସମାଜ କଲ୍ୟାଣ ସହ ସଂସାରରେ ଲୈାକିକ ସୁଝ ସମୃଦ୍ଧିର ବୃଦ୍ଧି,ସଦଭାବନା ଓ ସତ ପ୍ରବୃତିର ଅଭିବର୍ଦ୍ଧନ ସହ ବିଶ୍ୱଶାନ୍ତି ଏବଂ ଆଧ୍ୟାତ୍ମିକତାର ବିସ୍ଥାରର ଉଦ୍ଦେଶ୍ୟ ନେଇ ଘରେ ଘରେ ଦେବ ମନ୍ଦିର ପ୍ରତିଷ୍ଠା କରି ପାରିବାରିକ ସଦଭାବନା ଜାଗ୍ରତ କରିବା ସହ ପରିବାର ମଙ୍ଗଳ ଓ ଜନ କଲ୍ୟାଣ ନିମନ୍ତେ ଅଖିଳ ବିଶ୍ୱଗାୟତ୍ରୀ ପରିବାର ଏବଂ ଆସିକା ଗାୟତ୍ରୀ ପରିବାରର ଏବଂ ସମସ୍ତ ଜନସାଧାରଣଙ୍କ ପ୍ରତ୍ୟକ୍ଷ ସହ ଯୋଗରେ ଏକ ବିଶାଳ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ଅନୁଷ୍ଠୀତ ହେବ । ଏହା ଆସନ୍ତା ୨୯.୧୨.୨୦୧୯ ତାରିଖ ଠାରୁ ୧ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ ଆସିକା କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖ ମହୋତ୍ସବ ପଡିଆ ଠାରେ ଅନୁଷ୍ଟିତ ହେବ । ଆସିକା ଜନସାଧାରଣ ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଏକ ବିଶାଳ ଜନଜାଗରଣ ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସମ୍ପନ୍ନ ହେବ ।ଏହି ଅବସରରେ ଆସନ୍ତା ୨୯ ତାରୀଖ ସକାଳ ପ୍ରାୟ ୯ଘଟଂ ବେଳେ ମହାଯଜ୍ଞର ପ୍ରଥମ ପର୍ବ ସ୍ୱରୁପ ବିଶାଳ ଭୁମିପୂଜନ କାର୍ଯ୍ୟକ୍ରମ ପଚଂକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ମାଧ୍ୟମରେ ସମ୍ପର୍ଣ୍ଣ କରାଯିବ ।

ଧରାପୃଷ୍ଠରେ ଶାନ୍ତିର ପ୍ରତିଷ୍ଠା ଏବଂ ମନୁଷ୍ୟ ଭିତରେ ଦେବତ୍ୱର ଜାଗରଣ କରି ସାରା ବିଶ୍ୱରେ ଆଧ୍ୟାତ୍ମିକ ଦୈବୀ ଚେତନା ବିସ୍ତାରିତ କରି ପ୍ରତ୍ୟେକଙ୍କ ମଧ୍ୟରେ ପାରିବାରିକ ଶାନ୍ତି,ଶ୍ରଦ୍ଧା ସମ୍ବର୍ଦ୍ଧନା ଏବଂ ସତବୁଦ୍ଧି, ସତଜ୍ଞାନ ଜାଗ୍ରତ କରିବା ଏହି ମହାଯଜ୍ଞରେ ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ପ୍ରଦାନ କରାଯାଇଛି । ଏନେଇ ଗତ ନଭେମ୍ବର୨୫ ତାରିଖରେ ଆସିକା ସହରରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଗାୟତ୍ରୀ ଶାନ୍ତି କଳସର ଶୋଭାଯାତ୍ରା କରାଯାଇଥିଲା । ୧୦୮ ଗ୍ରାମରେ ରଜବନ୍ଧନ ତଥା ସତ ସାହିତ୍ୟ ବିସ୍ତାର ଓ ଭୂମି ପୂଜନ,ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ପ୍ରମୁଖ ଅନୁଷ୍ଠିତ ହୋଇଥିଲା ।



