
ଆସିକା , ୦୫/୦୭/୨୨ ( ଜିଲ୍ଲା ଖବର ) : ଆକସ୍ମିକ ଭାବେ ଜଣେ ବସ୍ ଯାତ୍ରୀ ଙ୍କ ବସ୍ ମଧ୍ୟରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।କେହି ମଧ୍ୟ ତାଙ୍କୁ ସହାୟତା ଦେଇ ନଥିଲେ ।ସାମ୍ବାଦିକ ଦୁଇଜଣ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗକୁ ସହାୟତା ଲୋଡ଼ିଥିଲେ , କୌଣସି ସୁଫଳ ମିଳିନଥିଲା ଶେଷରେ ସେହି କଲେଶ୍ୱର ବସ୍ କୁ ବାଧ୍ୟ କରି ମେଡିକାଲ୍ ନେଇ ଡାକ୍ତରଙ୍କ ପରାମର୍ଶ ନେଲା ପରେ ଡାକ୍ତର ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ ।


ମୃତକଙ୍କ ନାମ ହେଲା ଖଦାଳ ପ୍ରଧାନ , ଗେରେଡା । ଖାଦାଳ ସ୍ତ୍ରୀ ସହିତ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ବ୍ରହ୍ମପୁର ଯାଇଥିଲେ । ସେଠାରୁ ଚିକିତ୍ସା ସାରି ନିଜ ଘର ଗେରେଡ଼ା ଫେରିବା ବେଳେ ଭଞ୍ଜନଗର ଠାରେ ବସ୍ ପରିବର୍ତ୍ତନ କରି କାଲେଶ୍ୱର୍ ବସ ରେ ବସିଥିବା ଅବସ୍ଥାରେ ଏହି ଘଟଣା ଘଟିଛି ।


