Monday, October 19, 2026
Home ଅପରାଧ ବାଇକ ମୁହାଁମୁହିଁ ଧକା ଜଣେ ମୃତ, ଜଣେ ଗୁରୁତର ।

ବାଇକ ମୁହାଁମୁହିଁ ଧକା ଜଣେ ମୃତ, ଜଣେ ଗୁରୁତର ।

70

ଆସିକା , ୦୫/୦୭/୨୨ ( ଜିଲ୍ଲା ଖବର ) : ବାଇକ ମୁହାଁମୁହିଁ ଧକା ଜଣେ ମୃତ ଜଣେ ଗୁରୁତର l ଗଞ୍ଜାମ ଜିଲ୍ଲା ଆସିକା ଥାନା କଲେଜଛକ ଡିପଲ ସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା l ନଳବଣ୍ଟା ଗ୍ରାମର ବିକ୍ରମ ମିଶ୍ର ନିଜ ଗ୍ରାମକୁ ବାଇକ ଯୋଗେ ଫେରୁଥିବା ବେଳେ ବିପରୀତ ଦିଗରୁ ବାଇକ ରେ ଆସୁଥିବା ମାଗୁରା ଗ୍ରାମର ସାଗର ସ୍ୱାଇଁ ଙ୍କ ସହ ମୁହାଁମୁହିଁ ଧକା ହୋଇଥିଲା l

ଉଭୟ ଗୁରୁତର ଙ୍କୁ ଚିକିତ୍ସା ନିମନ୍ତେ ସ୍ଥିନୀୟ ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭିର୍ତ କରିଥିବା ବେଳେ ଡାକ୍ତର ବିକ୍ରମ ମିଶ୍ର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଅନ୍ୟଜଣେ ଗୁରୁ୍ତର ସାଗର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମିଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ ଚଳାଇଛି l