ପାଣିରେ ବୁଡିଲା ୬୦ଲକ୍ଷ ଟଂକାର ହାଇସ୍କୁଲ କୋଠା । ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ସ୍କୁଲ ତିଆରେ ବଡ଼ ଦୁର୍ନୀତି।

44

କୋରାପୁଟ , ୦୫/୦୭/୨୨ ( ଜିଲ୍ଲା ଖବର ) : ପାଣିରେ ବୁଡିଲା ୬୦ଲକ୍ଷ ଟଂକାର ହାଇସ୍କୁଲ କୋଠା । ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ସ୍କୁଲ ତିଆରେ ବଡ଼ ଦୁର୍ନୀତି। ଉଦ୍ଘାଟନ କରିବାର ୬ ମାସରେ ଦୁଇଥର ଭାଙ୍ଗିଲାଣି କୋଠା । ମୁହଁ ଖୋଲୁନାହାନ୍ତି ଅଧିକାରୀ।ଚପେଇ ଦେବାକୁ ଚାଲିଛି ଉଦ୍ୟମ।ଖୋଲା ଆକାଶରେ ତଳେ ପଢୁଛନ୍ତି ସ୍ମାର୍ଟ ପିଲା ।ଶାସକ ଦଳର ବ୍ଲକ ଅଧ୍ୟକ୍ଷ କରୁଥିଲେ ଠିକା କାମ ।୫ଟି ସ୍କୁଲ ପାଇଁ ଖର୍ଚ ହୋଇଥିଲା ୬୦ଲକ୍ଷ ଟଂକା ।ନିନ୍ମ ମାନର କାମ ଯୋଗୁଁ ଭୁଷୁଡିଲା ସିଲିଙ୍ଗ ।କେବେ ହେବ କାର୍ଯ୍ୟାନୁଷ୍ଠାନ । ସ୍ମାର୍ଟ ସ୍କୁଲ ହେଲା ।ପିଲା ସ୍ମାର୍ଟ କ୍ଲାସ ରେ ପାଠ ପଢିବେ । ଏଥିପାଇଁ ସ୍କୁଲ ରୁପାନ୍ତରିଣ ପାଇଁ ୫ଟି ଜରିଆରେ ସ୍ମାର୍ଟ ସ୍କୁଲ ତିଆରି ହେଲା ।ଖୋଦ ମୁଖ୍ୟମନ୍ତ୍ରୀ ୬ମାସ ତଳେ ଉଦଘାଟନ କରିଥିଲେ ୬୦ଲକ୍ଷ ଟଂକା ବିନିଯୋଗ ନୁତନ ଭାବେ ନିର୍ମାଣ ହେଇଥିବା ନାରାୟଣପାଟଣା ସଦର ହାଇସ୍କୁଲ ସ୍ମାର୍ଟ କ୍ଲାସ କୋଠା ।

କିନ୍ତୁ ଉଦଘାଟନ ର ଶହେ ଦିନ ଯାଇନଥିଲା ଅସରାଏ ବର୍ଷା ରେ ସ୍ମାର୍ଟ ସ୍କୁଲ ର ଛାତ ଉଡିଯାଇଥିଲା ଗତ ମେ ମାସରେ ।ସେହି ସମୟରେ କାମ ର ସ୍ବଛତା ନେଇ ପ୍ରଶ୍ନ ଉଠିଥିଲା ।ପରେ ତରବରିଆ ଭାବେ ଛାତ ଉପରେ ଟିଣ ପକେଇ କାମ କରାଯାଇଥିଲା ।ପୁଣି ଦୁଇଦିନ ତଳେ ପୁଣି ବର୍ଷା ଲାଗିବାରୁ କୋଠାର ସିଲିଂ ଭୁଷୁଡି ପଡିଛି ।ଲକ୍ଷ ଲକ୍ଷ ଟଂକା ଖର୍ଚ କରାଯାଇ ତିଆରି ହୋଇଥିଲା ସ୍ମାର୍ଟ ସ୍କୁଲ କୋଠା ।କିନ୍ତୁ ପାଣି ଲିକ୍ ହୋଇ ନଷ୍ଟ ହୋଇ ଖସିଯାଇଛି ସିଲିଂ।ଲକ୍ଷ ଲକ୍ଷ ଟଂକା ଖର୍ଚରେ ନିର୍ମିତ 5ଟି କୋଠା ମାଟିରେ ମିଶିଗଲା ।ପାଣିରେ ବୁଡିଗଲା ଟଂକା ।କାମ ଏମିତି ହେଇଥିଲା ଯେ କୋଠାରୁ ପାଣି ଗଳିଲା।ମୁଲ୍ୟବାନ ସାମଗ୍ରୀ କିଣାଯାଇ ଥିଲା ସ୍ମାର୍ଟ କ୍ଲାସ୍ ରେ ।ତାହା ଭୁଷୁଡି ପଡିଲା ।ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ଏହି କୋଠାରୁ ଶାସକ ଦଳର ନେତା ସାଜିଥିଲେ ଠିକାଦାର ।ଖୋଦ ବ୍ଲକ ଅଧକ୍ଷ ଗୋଲାଦି ତ୍ରୀନାଥ କରିଥିଲେ କାମ ।ଅଧକ୍ଷ ମହୋଦୟ ଏମିତି ସ୍ମାର୍ଟ କାମ କଲେ ଯେ କାମ ହେବାର ଛ ମାସ ଗଲାନି କୋଠା ରୁ ପାଣି ଗଳିଲା ।ଶାସକ ଦଳର ଠିକାଦାର ଙ୍କୁ ସବୁ ମାଫ୍ ।

ବିଡିଓ ,ଜେଇ କି ସହକାରୀ ଯନ୍ତ୍ରୀ ମୁହଁ ଖୋଲୁନାହାନ୍ତି। କାର୍ଯ୍ୟାନୁଷ୍ଠାନ ବଦଳରେ ଉପରିସ୍ଥ ଅଧିକାରୀଙ୍କୁ ସୁଚନା ଦେଇ ହାତ ଟେକି ବସିଛନ୍ତି ।ବର୍ତମାନ ପ୍ରଶ୍ନ ଉଠୁଛି ,ଏହି ଘଟଣା ରେ ସମ୍ପୃକ୍ତ ଠିକାଦାର ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେବେ ହେବ । ଜନସାଧାରଣ ଟଂକା ରେ ନିର୍ମାଣ ହେଉଥିବା ଟଂକା ର ମୂଲ୍ୟ କିଏ ବହନ କରିବ । ଠିକାଦାର,ବିଡ଼ିଓ ,ଜେଇ ନା ଅନ୍ୟ କିଏ ।ଯଦି ପିଲାମାନେ ପାଠ ପଢୁଥିବା ସମୟରେ ସିଲିଂ ଖସିଯାଇ ଅଘଟଣ ଘଟିଥିଲେ ଦାୟୀ କିଏ ରହିଥାନ୍ତା ।ତେବେ ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି । ବର୍ତମାନ ଦୋଷ ଲଦାଲଦି ଚାଲିଛି ।ଶାସକ ଦଳର ଠିକାଦାର ବୋଲି ବ୍ଲକ ଅଧ୍ୟକ୍ଷ କୁ ସୁରକ୍ଷା କିଏ ଦେଉଛି ।ଅନ୍ୟପଟେ 5ଟି କ୍ଲାସ ରୁମ୍ ଅସୁରକ୍ଷିତ ଥିବାରୁ ଖୋଲା ଆକାଶ ତଳେ ତଥା ସାଇକେଲ ଷ୍ଟାଣ୍ଡ ରେ ବସି ଶହ ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ମୂଲ୍ୟବାନ ସାମଗ୍ରୀ ବି ନଷ୍ଟ ହୋଇଯାଇଛି ।ଏବେ ସୁରକ୍ଷିତ ମନେ କରୁନାହାଁନ୍ତି ଛାତ୍ର ଛାତ୍ରୀ ।ବାହାରେ ପଠା ପଢୁଛନ୍ତି ।ନିନ୍ମ ମାନର କାମ ହୋଇଥିବା ରୁ ବିଭାଗୀୟ ଅଧିକାରୀ ମୁହ ଖୋଲୁନାହାନ୍ତି। ନାରାୟଣପାଟଣା ର ଏହି ସରକାରୀ ହାଇସ୍କୁଲ କୁ ୬୦ ଲକ୍ଷ ବ୍ୟୟରେ ବିଦ୍ୟାଳୟକୁ ୫ ଟିରେ ରୂପାନ୍ତରିତ କରି ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲା ମାଧ୍ୟମରେ ଏହି ବିଦ୍ୟାଳୟକୁ ଉଦଘାଟନ କରିଥିଲେ। କିନ୍ତୁ ଉଦଘାଟନ ୩ ମାସ ନ ଯାଉଣୁ ସାମାନ୍ୟ ବର୍ଷାରେ ଛାତ ଉପରେ ପଡ଼ିଥିବା ୪୦ ଟି ଟିଣ ଉଡ଼ି ତଳେ ପଡି ଯାଇଥିବାରୁ ସେହି ସମୟରେ ଖବର ପ୍ରସାରଣ ହେବାରୁ କୋରାପୁଟ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ତାଗିଦ୍ କରିବାରୁ ଦୁଇ ଦିନ ଭିତରେ ମରାମତି କରିଥିଲେ।ହେଲେ କଣ ହବ ଆଉ ୨ ମାସ ଗଲାଣି ଛାତ୍ରଛାତ୍ରୀ ପାଠପଢାଇବା ପାଇଁ ଯେଉଁ ସ୍ମାର୍ଟ କ୍ଲାସ୍ ରୁମରେ ସିଲିଙ୍ଗ୍ କରାଯାଇ ଥିଲା ତାହା ବର୍ତମାନ ଖସିପଢିଲା ।

ବର୍ତମାନ ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି କି ବିଡ଼ିଓ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ହେତୁ ଏଭଳି କାର୍ଯ୍ୟ କରି ଚାଲିଛନ୍ତି ନଚେତ୍ ଏଭଳି କ’ଣ ଦୁଇ, ତିନି ରଥ ପଢିଥାଆନ୍ତା ନାଁ କ’ଣ ବୋଲି ପ୍ରଶ୍ନ କରିବା ଏହି ତିନି ଜଣଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ମାମଲା ରୁଜୁ କରି ତାଙ୍କ ଠାରୁ ଏହି ୫୦/୬୦ ଲକ୍ଷ ଟଙ୍କା ଆଦାୟ କରାଯାଉ ବୋଲି ଦୃଢେ଼ାକ୍ତି ବାଢ଼ିଛନ୍ତି।ଘଟଣା କୁ ଚପେଇ ଦେବାକୁ ବିଭାଗୀୟ ଯନ୍ତ୍ରୀ,ଠିକାଦାର ସ୍କୁଲ ରେ ତାଲା ପକେଇ ଦେଇଛନ୍ତି ।କୈଣସି ଗଣମାଧ୍ୟମ କୁ ଭିତରକୁ ଛାଡ଼ିବାକୁ ମନା କରାଯାଇଛି ।ଏହି ଘଟଣା କାଳେ ପ୍ରଘଟ ହେଲେ ଅଧିକାରୀ ଙ୍କ ମୁଣ୍ଡରେ ଖଣ୍ଡା ବୁଲିବ ସେ ଡରରେ କେହି ମୁହଁ ଖୋଲୁନାହାନ୍ତି।