
ପାରଳାଖେମୁଣ୍ଡି,୨୭।୧୨(ପ୍ରଭାତ କୁମାର ପାତ୍ର) ; ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ୨୩ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡ଼ିଆରେ ଆୟୋଜିତ ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି। ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆୟୋଜିତ ସାଧାରଣ ସଭାରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଓଡିଶାର ସାମଗ୍ରିକ ବିକାଶ ଓ ଲୋକଙ୍କ ସେବା ଦିଗରେ ଦଳ ସବୁବେଳେ କାର୍ଯ୍ୟକରିଥାଏ ବୋଲି ମତପୋଷଣ କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଲୋକଙ୍କ ସେବାରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ନେତୃବର୍ଗ । ଏହି ଅବସରରେ ଆଗାମୀ ନବ ବର୍ଷ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି କର୍ମକର୍ତ୍ତାମାନେ । ଏହି ଅବସରରେ କାଶୀନଗର ବ୍ଲକର ୯ ଜଣ ନେତୃସ୍ଥାନୀୟ ବ୍ୟକ୍ତି ବିଧିବଦ୍ଧ ଭାବେ ବିଜୁ ଜନତାଦଳରେ ଯୋଗଦେଇଛନ୍ତି।



