
ରାୟଗଡ଼ା , ୦୫/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କୋଲନରା ବ୍ଲକ ସୁରି ପଞ୍ଚାୟତ ର ହଜାରିଡାଙ୍ଗ ଗ୍ରାମବାସୀ ତାଙ୍କ ଗାଁ ନିକଟରେ ଥିବା ପି ଭି ଆର୍ ରାମୁ ଷ୍ଟୋନ କ୍ରସର ଓ ମା ମଝିଗୌରୀ ଷ୍ଟୋନ କ୍ରସର ଲାଗି ଭୟଭୀତ ଅବସ୍ଥାରେ ଜୀବନ ଯାପନ କରୁଥିବା ଗ୍ରାମ ବାସି କହିଛନ୍ତି । ଏହାର ମୁଖ୍ୟ କାରଣ ଯେତେବେଳେ ଏହି କ୍ରସର ଗୁଡିକ ପାଇଁ ଯେଉଁ କୁଆଁରୀ ବ୍ଲାଷ୍ଟିଂ କରାଯାଉଛି ଉକ୍ତ ଗ୍ରାମର ଘର ଗୁଡ଼ିକ ର କାନ୍ଥ ଫାଟ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।


ଓ ଏହି କ୍ରସର ର ଯେଉଁ ପଥର ଗୁଣ୍ଡ ଗୁଡ଼ିକ ବିଲ ଜମିରେ ପଡ଼ୁଚି ତାହା ଫଳରେ ଫସଲ ଗୁଡ଼ିକ ମଧ୍ୟ ନଷ୍ଟ ହେଉଥିବା କହିଛନ୍ତି । ଏ ବିଷୟରେ ଗ୍ରାମବାସୀ ମାନେ ଉକ୍ତ କ୍ରସର ମାଲିକ ମାନଙ୍କୁ ବାରମ୍ବାର ଅଭିଯୋଗ କରି ନୟାନ୍ତ ହୋଇ କିଛି ପ୍ରତିକାର ନକରିବା ଫଳରେ ସେମାନେ ଅତି ଦୁର୍ଦ୍ଦିନରେ ଜୀବନ ଯାପନ କରୁଥିବା ଉକ୍ତ ଗ୍ରାମର କୈଳାସ ସିରିକା କହିଛନ୍ତି ।


ଉକ୍ତ ଗ୍ରାମର ଜଣେ ଛାତ୍ରୀ ମିନତି ତାଡ଼ିଙ୍ଗି କହିଛନ୍ତି ଯେ ଏହି କ୍ରସର ଧୂଳି ଯୋଗୁଁ ଉକ୍ତ ଗ୍ରାମର ଲୋକମାନେ ବିଭିନ୍ନ ଶ୍ୱାସକ୍ରୀୟା ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ପ୍ରଶାସନ ଏହାର ଶୀଘ୍ର ସମାଧାନ କଲେ ଆମ ଜୀବନ ଯାପନ ଶାନ୍ତିରେ ରହିପାରିବୁ ବୋଲି କହିଛନ୍ତି ନଚେତ କେତେବେଳେ ସୋଇଥିବା ସମୟରେ ଘରର କାନ୍ଥ କୌଣସି ଗ୍ରାମବାସୀ ଉପରେ ପଡ଼ିବ ତାହା କହିହେବ ନାହିଁ ।


ସୂଚନା ଅନୁଯାୟୀ ଷ୍ଟନ କ୍ରସର ର ନିୟମାନୁଯାୟୀ ଉକ୍ତ କ୍ରସର ଚାରିପଟେ ବଡବଡ ଘଞ୍ଚ ଗଛ ଲଗାଯିବ ସହ ପ୍ରତିକାର ପାଇଁ ଅନେକ ପନ୍ଥା ଅବଲମ୍ବନ କରିବା କଥା କିନ୍ତୁ ଏହାକୁ ବେଖାତିର କରି ଏଭଳି ବେଆଇନ ଭାବେ ଏହି କ୍ରସର ଗୁଡ଼ିକ ଚାଲିଛି । ପ୍ରଦୂଷଣ ବିଭାଗ ଏଥିପ୍ରତି କଠୋର ନୀତି ଅବଲମ୍ବନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



