
ନନ୍ଦା ହାଣ୍ଡି , ୦୫/୦୭/୨୨ ( ଜିଲ୍ଲା ଖବର ) : ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ତୁରୁଞ୍ଜି ଗ୍ରାମର ପଦଲାମ ରନ୍ଧାରୀ ଗତ ତା-୦୩/୦୭/୨୨ ରିଖ ଦିନ ଇହ ଜଗତରୁ ବିଦାୟ ନେଲେ । ଦୀର୍ଘ ଏକ ମାସରୁ ଅଧିକ ଦିନ ଧରି ପେଟ ରୋଗ ଜନିତ ନବରଙ୍ଗପୁରସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ତିନୋଟି କନ୍ୟା ଓ ଜଣେ ପୁତ୍ରର ଜନକ ଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସରଳ, ମେଳାପୀ ଓ ଜଣେ ସଫଳ ଚାଷୀ ମଧ୍ୟ ଥିଲେ । ୧୯୪୨ ଅଗଷ୍ଟ କ୍ରାନ୍ତି ସମୟରେ ପାପଡାହାଣ୍ଡି ଟୁରି ନଦୀ କୂଳରେ ଇଂରେଜ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯେଉଁ ସଂଗ୍ରାମ ହୋଇଥିଲା, ସେହି ଯୁଦ୍ଧରେ ୧୯ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ସେଥିମଧ୍ୟରୁ ତୁରୁଞ୍ଜି ଗ୍ରାମର ରତନ ରନ୍ଧାରୀ ଅନ୍ୟତମ । ସେହି ରତନ ରନ୍ଧାରୀଙ୍କ ନାତି ହେଉଛନ୍ତି ପଦଲାମ ରନ୍ଧାରୀ ଯିଏକି ପ୍ରତ୍ୟେକ ବର୍ଷ ଶହୀଦ ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହେଉଥିଲେ । ନିଜ ଜନ୍ମମାଟି ତୁରୁଞ୍ଜି ଗ୍ରାମର ଶ୍ମଶାନରେ ଶବ ସତ୍କାର କରାଯାଇଥିଲା । ତାଙ୍କ ପୁତ୍ର ନିରଞ୍ଜନ ରନ୍ଧାରୀ ମୁଖାଗ୍ନି ଦେଇଥିଲେ । ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ରହି ଶୋକ ସଂତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ ସମବେଦନା ଜଣାଇଥିଲେ । ଜଣେ ଭଲ ଚିନ୍ତାଧାରାର ବ୍ୟକ୍ତିଙ୍କୁ ହରାଇଥିବାରୁ ଗ୍ରାମବାସୀ ବହୁତ ଦୁଃଖ ପ୍ରକାଶ କରିଥିଲେ ।
ନବରଙ୍ଗପୁରରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।



