
ବେଗୁନିଆ ,୪/୭/ ୨୨ (ଜିଲ୍ଲା ଖବର ) : ଖୋର୍ଦ୍ଧା ଅବକାରୀ ବିଭାଗ ଏକ ଟିମ ଆଜି ବେଗୁନିଆ ବ୍ଲକ ଅନ୍ତର୍ଗତ ବରପଡା ଗ୍ରାମରେ ଚଢାଉ କରି ୪୨୦୦ ଲିଟର ପୋଚ ଓ ୩୪୫ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି। ଜବତ ସମସ୍ତ ସାମଗ୍ରୀ ମୂଲ୍ୟ ୨ ଲକ୍ଷ ୪୪ ହଜାର ୫ ଶହ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ବିଭଗ ।


ସୂଚନା ଅନୁଯାୟୀ ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ନିରବ ଦ୍ରଷ୍ଟା ହୋଇ ଚୁପ ବସୁଥିବା ବେଳେ ଆଜି ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିବା ପୋଲିସ ପାଇଁ ଚିନ୍ତା ବଢାଇଛି । ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଟିମ ବରପଡା ଗ୍ରାମରେ ଅଚାନକ ଚଢାଇ କରିଥିଲେ ।


ଏହି ଚଢାଉରେ ବେଳେ ଘଟଣାସ୍ଥଳରେ ୪୨୦୦ ଲିଟର ପୋଚ ନଷ୍ଟ କରିବା ସହିତ ୩୪୫ ଦେଶୀ ରନ୍ଧା ମଦ ଜବତ କରିଥିଲା ଟିମ । ସେହିପରି ଚଢ଼ାଉ ସମ୍ପର୍କରେ ପୂର୍ବରୁ ଖବର ପାଇ ମଦ ମାଫିଆ ଫେରାର ହୋଇଯାଇଥିବା ଜଣାପଡିଛି ।



