Tuesday, October 13, 2026
Home ଆଞ୍ଚଳିକ ନିମ୍ନମାନର କାମ ପାଇଁ ସୌନ୍ଦର୍ଯ୍ୟ କରଣ ଓ ମିନି ପାର୍କରେ ଫାଟ ।

ନିମ୍ନମାନର କାମ ପାଇଁ ସୌନ୍ଦର୍ଯ୍ୟ କରଣ ଓ ମିନି ପାର୍କରେ ଫାଟ ।

47

ଭଦ୍ରକ , ୦୪/୦୭/୨୨ (ଜିଲ୍ଲା ଖବର) : ନିମ୍ନମାନର କାମ ପାଇଁ ସୈନ୍ଦର୍ଯା କରଣ ଓ ମିନି ପାର୍କରେ ଫାଟ। ଧାମନଗର ବିଞାପିତ ଅଞ୍ଚଳରେ ପରିଷଦ ୭ ନମ୍ବର ୱାର୍ଡ ତାଳପଦ ଠାରେ ମା’ ଧରିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗୃହ ଓ ମୁକ୍ତ ସ୍ଥାନରେ ଉନ୍ନତ କରଣ 

ସୌନ୍ଦର୍ଯ୍ୟ କରଣ ପାଇଁ ହୋଇ ଥିବା ପ୍ରାୟ ୭ ଲକ୍ଷ୍ୟ ୫୦,୦୦୦ ଅଟକଳ ମୂଲ୍ୟ ଟଙ୍କା ରେ ନିର୍ମାଣ ହୋଇ ଥିବା କାର୍ଯ୍ୟ ନିମ୍ନମାନର କାମ ପାଇଁ ବିଭିନ୍ନ ଯାଗାରେ ଫାଟ ସୃଷ୍ଟି ହୋଇ ଥିବା ବେଳେ ଦବୀ ଯାଇଥିବା ଦେଖିବା ମିଳିଛି।

ସେହିପରି ଧାମନଗର କାଟାଣ ପାଇଁ ଠାରେ ହୋଇ ଥିବା ମିନି ପାର୍କରେ ମଧ୍ୟ ସମାନ ଅବସ୍ଥା ଦେଖିବା ମିଳିଛି ସେଠାରେ ମଧ୍ୟ ନିର୍ବାଚନ ପୂର୍ବରୁ କିଛି ମରାମତି କାର୍ଯ୍ୟ ହୋଇ ଥିବା ବେଳେ ଏବେ ପାଚେରୀ ରେ ପାଠ ସୃଷ୍ଟି ହୋଇଛି ।

ଏଭଳି ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନିମ୍ନମାନର ହୋଇ ଫାଠ ସୃଷ୍ଟି କୁ ନେଇ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ପ୍ରଶାସନ କୁ ଦାଇ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।