Home ଆଞ୍ଚଳିକ ତୁଳୁ ଠାରେ ସରସ୍ୱତୀ ଶିଶୁ ମନ୍ଦିରରେ ୪ର୍ଥ ତମ ବାର୍ଷିକ ଉତ୍ସବ ପାଳିତ

ତୁଳୁ ଠାରେ ସରସ୍ୱତୀ ଶିଶୁ ମନ୍ଦିରରେ ୪ର୍ଥ ତମ ବାର୍ଷିକ ଉତ୍ସବ ପାଳିତ

29

ବ୍ରହ୍ମପୁର, ୨୭।୧୨(ରଞ୍ଜନ) ; ସରସ୍ଵତୀ ଶିଶୁ ମନ୍ଦିରରେ ୪ର୍ଥ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ଚନ୍ଦ୍ର ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ରଙ୍ଗେଇଲୁଣ୍ଡା ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷା କମଳା ରେଡ୍ଡୀ, ଇନ୍ଦ୍ରାକ୍ଷୀ ସରପଞ୍ଚ ଦଣ୍ଡପାଣି ସାହୁ, ଭାଗୀରଥି ନାୟକ, ଶରତଚନ୍ଦ୍ର ନାୟକ ଶିଶୁ ମନ୍ଦିରର ସଂପାଦକ ଏସ୍ ଶୁରେଷ କୁମାର ପାତ୍ର, ପ୍ରଧାନ ଆଚାର୍ଯ୍ୟ ଦେବରାଜ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ବକ୍ତା ଭାବରେ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଶିକ୍ଷା ଅପରିହାର୍ଯ୍ୟ ବୋଲି ମତ ଦେଇଥିବା ବେଳେ ଆଧ୍ୟାତ୍ମିକ, ମାନବିକ ଓ ପ୍ରାଣୀଙ୍କ ବିକାଶ ହିଁ ପ୍ରକୃତ ଶିକ୍ଷା ବୋଲି ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ସୂର୍ଯ୍ୟ ପ୍ରକାଶ ମିଶ୍ର ସ୍ବାଗତ ଭାଷଣ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦେବରାଜ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଚାଳନା ସମିତତିର ସଂପାଦକ ଏସ୍ ସୁରେଶ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଏବଂ,ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।