Saturday, November 14, 2026
Home ଆଞ୍ଚଳିକ ଅର୍ଧେନ୍ଦୁ ଦାସ ଙ୍କ ଗିରଫ ପ୍ରତିବାଦ ରେ ପ୍ରେସ ୟୁନିଅନ ତରଫରୁ ପ୍ରତିବାଦ ଏବଂ ଧାରଣା...

ଅର୍ଧେନ୍ଦୁ ଦାସ ଙ୍କ ଗିରଫ ପ୍ରତିବାଦ ରେ ପ୍ରେସ ୟୁନିଅନ ତରଫରୁ ପ୍ରତିବାଦ ଏବଂ ଧାରଣା ସହ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଙ୍କୁ ଖଲାସ ଦାବିରେ ଦାବିପତ୍ର ପ୍ରଦାନ ।

79


ଗୁଣପୁର , ୦୪/୦୭/୨୨ ( ଜିଲ୍ଲା ଖବର ) : ଗତ କିଛି ଦିନ ତଳେ ଏକ ଘରୋଇ ଚେନାଲ ବଡ଼ ଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ ଙ୍କୁ EOW ଦ୍ୱାରା ରାତିଅଧିଆ ଜଣେ ହାର୍ଡ କୋର ମାଓବାଦୀ ଭଳି ଗିରଫ କରିବା ଘଟଣା କୁ ନେଇ ଆଜି ପ୍ରେସ ୟୁନିଅନ ଗୁଣୁପୁର ତରଫରୁ ତୁରନ୍ତ ଅର୍ଧେନ୍ଦୁ ଦାସ ଙ୍କୁ ନିଃସର୍ତ୍ତ ଖଲାସ କରିବା ଏବଂ ନିଜ ଭୁଲ ପାଇଁ ରାଜ୍ୟ ସରକାର ଓଡିଶା ବାସୀ ଏବଂ ଗଣମାଧ୍ୟମ ଆଗରେ କ୍ଷମା ମାଗିବା ଦାବିରେ ଗୁଣୁପୁର

ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳ ଗଣେସୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କୁ ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ଏକ ଦଶ ଜଣିଆ କମିଟି ସଭ୍ୟ ପ୍ରଦାନ କରିଥିଲେ ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ଜଣାଇଛନ୍ତି

କି ରାଜ୍ୟ ସରକାର ଙ୍କ ପ୍ରକୃତ ମୁଖା ପୁରୀ କରିଡର ର ଅର୍ଧେନ୍ଦୁ ଖୋଲି ଥିବା ରୁ ତାଙ୍କୁ ଅମାନବୀୟ ଭାବେ ଗିରଫ କରିବା ଦ୍ୱାରା ରାଜ୍ୟ ସରକାର ଏ ଭଳି ମନୋଭାବ କୁ ତୀବ୍ର ନିନ୍ଦା କରାଯାଇଛି ତେଣୁ ଅର୍ଧେନ୍ଦୁ ଦାସ ଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ସହ ରାଜ୍ୟ ସରକାର ଗଣ ମାଧ୍ୟମ ଏବଂ ଓଡିଶାବାସୀ ଙ୍କ ଆଗରେ କ୍ଷମା ମାଗିବା ଉଚିତ ବୋଲି ପ୍ରେସ ୟୁନିଅନ ସଭାପତି ପ୍ରମୋଦ ସାହୁ ଦାବି କରିବା ସହ ରାଜ୍ୟ ସରକାର ଙ୍କ ଗଣମାଧ୍ୟମ ପ୍ରତି ଏଭଳି ମନୋଭାବ ଏକ ଗଣତନ୍ତ୍ର ରେ ଶୋଭା ପାଉନି ବୋଲି ଜଣାଇଛନ୍ତି

ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ର ଦାୟିତ୍ୱ ରେ ଥିବା ବେଳେ କାହିଁକି ଏବଂ କଣ ପାଇଁ ଜାଣି ଶୁଣି ଅର୍ଧେନ୍ଦୁ ଙ୍କୁ ଗିରଫ କଲେ ? ଯଦି ରାଜ୍ୟରେ ସ୍ୱଚ୍ଛ ଶାସନ ଅଛି ତେବେ ଗଣ ମାଧ୍ୟମ ଙ୍କ ପ୍ରତି ପ୍ରତି କ୍ଷେତ୍ରରେ କାହିଁକି ଅପମାନିତ ଏବଂ ଗିରଫ କରାଯାଉଛି ?

ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ଓଡିଶା ରେ ସାମ୍ବାଦିକ ଏକତା ଅଛି ତେଣୁ ରାଜ୍ୟ ସରକାର ତାଙ୍କର ଏଭଳି ହୀନ ମନୋଭାବ ରେ ଓହରନ୍ତୁ ଯଦି ଏଭଳି ପ୍ରଦର୍ଶନ ଜାରି ରଖନ୍ତି ତେବେ ଆଗାମୀ ଦିନ ଯେଉଁ ଭୟାନକ ପରିସ୍ଥିତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟିରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି

ଏହି ଦାବି ପତ୍ର ପ୍ରଦାନ ସମୟରେ ପ୍ରେସ ୟୁନିଅନ ର ସାଧାରଣ ସମ୍ପାଦକ ରାଜେଶ ପଣ୍ଡା ଅନିଲ ସାହୁକାର ରବୀନ୍ଦ୍ର ମୋହିନୀ ଜିତେନ୍ଦ୍ର ଶତପଥୀ ବ୍ରଜ ପାଢ଼ୀ ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।