Home ଅପରାଧ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣରେ ପୋଚ୍ଚ ନଷ୍ଟ, ଦେଶୀ ମଦ ଜବତ, ବହୁ...

ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣରେ ପୋଚ୍ଚ ନଷ୍ଟ, ଦେଶୀ ମଦ ଜବତ, ବହୁ ଅଭିଯୁକ୍ତ ଗିରଫ l

116

ରାୟଗଡ , ୦୪/୦୭/୨୨ (ଜିଲ୍ଲା ଖବର) : ଅବକାରୀ କମିଶନର ଆଶିଷ ସିଂହ ଓ ରାୟଗଡ ଜିଲ୍ଲାପାଳ ସ୍ୱଧା ଦେଵ ସିଂହଙ୍କ ନିର୍ଦ୍ଧେଶରେ ଅବକାରୀ ଅଧିକ୍ଷକ ରାୟଗଡ଼ ଅଭିରାମ ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ରାୟଗଡ, ଗୁଣୁପୁର,ଗୁଡାରି,ବିଷମ କଟକ,କଲ୍ୟାଣସିଂପୁର ,ଗୁଡାରି ଅବକାରୀ ଟିମରତା.୨୮/୦୬/୨୨ରୁ ୩/୦୭/୨୨ରିଖ ପାଂଚଦିନଧରି ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରି ୪୩ଟି ଅବକାରୀ କେସ ରଜୁକରିଥିଲେ ଓ ୨୧ଜଣଙ୍କୁ ଗିରଫ କରିଛନ୍ତି l

ଗତ ପାଂଚଦିନ ଧରି ଜିଲ୍ଲାର ବିଭିନ୍ନ ଦୁର୍ଘମ ଗଳିକନ୍ଦି ଅଞ୍ଚଳରେ ଲୁକାୟତ ଭାବେ ଚୋରା ମଦ ପ୍ରସ୍ତୁତ କରୁଥିବା ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୭୨୭୦ଲିଟର ପୋଚ୍ଚ, ଦେଶୀମଦ ୧୫୬୫ଲିଟର ଜବତ କରି ବହୁ ମଦରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିବା ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ଦେଇଥିଇଛନ୍ତି l ଚୋରା ମଦ କାରବାର ରୋକିବା ନିମନ୍ତେ ଜିଲା ଅବକାରୀ ବିଭାଗର ବିଭିନ୍ନ ଥାନା ଯଥା ରାୟଗ, ବିଷମକଟକ, ଗୁଡାରି, ଗୁଣପୁର, କଲ୍ୟାଣ ସିଂପୁର ସଦଲବଳ ଜରଦାର ଚଢ଼ାଉ ପ୍ରଚେଷ୍ଟା ଜାରି ରହିଛି l

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।