Tuesday, October 13, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣପୁର ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।

30


ଗୁଣପୁର , ୦୪/୦୭/୨୨ ( ଜିଲ୍ଲା ଖବର ) : ଜୁଲାଇ ଏକରୁ ସାତ ତାରିଖ ମଧ୍ୟରେ ଏକ ସପ୍ତାହ ବ୍ଯାପି ବନମହୋତ୍ସବ କାର୍ଯ୍ୟକ୍ରମ ପାଳନ ଅବସରରେ ଜାତୀୟ ସେବା ଯୋଜନାର ସହଯୋଗରେ ଗୁଣପୁର ମହାବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କିସମର ଯଥା- ବଉଳ, କଦମ୍ବ, ପିସ୍ତା ବାଦାମ ପ୍ରଭୃତି କୋଡ଼ିଏିଟି ଚାରା ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ରୋପଣ କରାଯାଇଥିଲା ।

ପ୍ରତ୍ୟେକ ବୃକ୍ଷକୁ ଗାଈ ଗୋରୁଙ୍କଠାରୁ ରକ୍ଷା କରିବା ପାଇଁ ବାଡ଼ ଦିଆଯାଇଥିଲା । ସ୍ଥାନୀୟ ବନ କ୍ଷେତ୍ରପାଳ ଶ୍ରୀଯୁକ୍ତ ନୀଳମାଧବ ପାଢ଼ୀଙ୍କ ତତ୍ତ୍ବାବଧାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଗଛସବୁ ଲଗାଯାଇଥିଲା ।

ଏ କାର୍ଯ୍ୟକ୍ରମରେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର, ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦେବ ପ୍ରସାଦ ପାଢ଼ୀ ଓ ବନପାଳ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ବନବିଭାଗର ଅନ୍ଯାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।