Saturday, November 14, 2026
Home ଆଞ୍ଚଳିକ ବିଷମକଟକ ବ୍ଲକର ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

ବିଷମକଟକ ବ୍ଲକର ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

114

ରାୟଗଡ଼ା , ୦୪/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଆଦିବାସୀ(କନ୍ଧ) କୁଳ ଉନ୍ନୟନ ପରିଷଦ ବିଷମକଟକ ତରଫରୁ ନବନିର୍ବାଚିତ ଜନପ୍ରତିନିଧିଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହର୍ଷ ଟ୍ରଷ୍ଟ କାର୍ଯ୍ୟାଳୟର ସଭାଗୃହ ରତାଟିକିରି ଠାରେ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭାବେ ଶ୍ରୀ ଟିବୁ ସାରାକା ଯୋଗ ଦେଇଥିଲେ । ଆଦିବାସୀ ସମାଜର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଗୌତମ ଉଲ୍ଲାକା, ଶ୍ରୀ ବେଣୁଧର ଚୌଧୁରୀ ଏବଂ ଶ୍ରୀ ଅଙ୍ଗଦ କୁଟ୍ରୁକା ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ କାର୍ଯ୍ୟକାରୀ ସଦସ୍ୟ ଶ୍ରୀପତି ଉଲ୍ଲାକା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ଜୟରାମ ହିକକା ସଭାକୁ ପରିଚାଳନା କରିଥିଲେ । ରାଜେନ୍ଦ୍ର ତୁଇକା ସମାଜର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ଅଭିଭାଷଣ ରଖିଥିଲେ । ମଞ୍ଚାସିନ ଅତିଥିମାନେ ନବନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅଭିନନ୍ଦନ ଜଣାଇ ନିଜ ନିଜ ଅଞ୍ଚଳର ଉନ୍ନତି କରିବା ପାଇଁ ପ୍ରେରଣା ଦେଇଥିଲେ । ତାହାସହ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରି କହିଥିଲେ ଯେ ଜନପ୍ରତିନିଧିମାନେ ହେଲେ ସମାଜର ମେରୁଦଣ୍ଡ ତାଙ୍କ ସହଯୋଗରେ ହିଁ ଆମ ସମାଜ ଆଗେଇ ପାରିବ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଯଶୋଦା ହୁଇକା, ଥୁଆପାଡ଼ି ସରପଞ୍ଚ ଶ୍ରୀମତୀ କବିତା ନିଶିକା, ସମିତି ସଭ୍ୟା ଶ୍ରୀମତୀ ମିତୁଳା ଅଟକା, ହାଟମୁନିଗୁଡ଼ା ସରପଞ୍ଚ ଶ୍ରୀ ନାରାୟଣ ହୁଇକା, ସମିତି ସଭ୍ୟ ଶ୍ରୀ ଦୁର୍ଯ୍ୟଧନ ପିରିବାକା, ପାଇକ ଡାକୁଲଗୁଡ଼ା ସରପଞ୍ଚ ବାସନ୍ତି ହିକକା, ଡାଲିଆକୁଜି ସରପଞ୍ଚ ଶ୍ରୀ ଜୟ କାଡ୍ରାକା, ଝିଗିଡ଼ି ସରପଞ୍ଚ ଶ୍ରୀ ଅଜିତ କୁମାର ସାରାକା, ସମିତି ସଭ୍ୟା କୁମାରୀ ସାବିତ୍ରୀ ପିଡ଼ିକାକା, ଡୁକୁମ ସରପଞ୍ଚ ଶ୍ରୀମତୀ ଜୟନ୍ତି ସାରାକା, ସମିତି ସଭ୍ୟା ଶ୍ରୀମତୀ ହାରାବତୀ ଜାଗାରାଙ୍ଗା, ସାହାଡ଼ା ସରପଞ୍ଚ ଶ୍ରୀମତୀ ଚନ୍ଦ୍ରା କୁମୁରୁକା, ସମିତି ସଭ୍ୟା ଶ୍ରୀମତୀ ଜୟନ୍ତି କଲାକା, ଡୁମୁରିନେଲି ସରପଞ୍ଚ ଶ୍ରୀ ବିଶ୍ଵନାଥ ଉର୍ଲାକା, ସମିତି ସଭ୍ୟ ଶ୍ରୀ ବଇଦ ଉର୍ଲାକା, କାଙ୍କୁବାଡ଼ି ସମିତି ସଭ୍ୟ ଅକ୍ଷୟକୁମାର ହିକକା, ହାଜାରିଡାଙ୍ଗ ସରପଞ୍ଚ ଶ୍ରୀମତୀ ସୁକାନ୍ତି ଉର୍ଲାକାଙ୍କ ସମେତ ଅନ୍ୟ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀ ଅଜିତ ସାରାକା, ଶ୍ରୀମତୀ ବାସନ୍ତି ହିକକା, ଅକ୍ଷୟକୁମାର ହିକକା ଏବଂ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଯଶୋଦା ହୁଇକା ନିଜନିଜ ଅଭିଭାଷଣ ରଖିଥିଲେ । ସମାଜରେ ଘଟୁଥିବା ଅନ୍ଧ ବିଶ୍ୱାସ ଦୂରେଇବା ଏବଂ ବିବାହରେ ଜାନି ଯୌତୁକ ଦାବୀ ନକରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ନୀଳମାଧବ ହିକକା ସମାଜ ମଙ୍ଗଳ ପାଇଁ ନିଜ ମତବ୍ୟକ୍ତ ରଖି ଧନ୍ୟବାଦ ଭାଷଣ ଦେଇ ସଭା ସାଙ୍ଗ କରିଥିଲେ । ବ୍ଲକ କମିଟିର କାର୍ଯ୍ୟକାରୀ ସଭ୍ୟ ତ୍ରିନାଥ ୱାଡ଼ାକା, କୃଷ୍ଣ ଅଟକା, ସିମାଞ୍ଚଳ ପିଡ଼ିକାକା, ଭଗବାନ ହୁଇକା, ଦାମଦର କାଣ୍ଡାମାକା, ଡ୍ରିଞ୍ଜୁ ହିକକା, ଅରକ୍ଷିତ ହିକକା, ମାଧବ ଚନ୍ଦ୍ର ଶ୍ରାମ୍ବୁକା, ମାଝୀ ପିଡ଼ିକାକା, ଗାଙ୍ଗାରାଜୁ ହୁଇକା ସମେତ ପଞ୍ଚାୟତ କମିଟି ସଦସ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।