Saturday, November 14, 2026
Home ଆଞ୍ଚଳିକ ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ...

ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି

156

କୋଦଳା, ୪/୭(ଜିଲ୍ଲା ଖବର) : ଦିନକୁ ଦିନ ସମ୍ବିଧାନ ର ଚତୁର୍ଥ ସ୍ଥମ୍ଭବ କୁହାଯାଉଥିବା ସାମ୍ବାଦିକ ଙ୍କ ଉପରେ କଣ୍ଟ୍ରାକ୍ଟର, ସରପଞ୍ଚ ଓ ମାଫିଆଙ୍କ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି l କେହୁଠି ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି ତ କେହୁଠି ସଠିକ ଖବର ପ୍ରସାରଣ କଲେ ସାମ୍ବାଦିକ ଙ୍କୁ ମିଳୁଛି ହତ୍ୟା ଧମକ l ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ରେ l ପଞ୍ଚାୟତ ର ଜଗତାଘାଇ ରେ ଚାଲିଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହେବାପରେ ଖବର ସଂଗ୍ରହ ପାଇଁ ପହଂଚିଥିବା ସାମ୍ବାଦିକ ଙ୍କ ସହ ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ତଥା ପେଟି କଣ୍ଟ୍ରାକ୍ଟର ବିଶ୍ଵାମିତ୍ର ତ୍ରିପାଠୀ ଦୃବ୍ୟବହାର କରିବା ସହିତ ଦେଖାଇଛନ୍ତି ଦବଙ୍ଗଗିରି l

ଚାଷୀଙ୍କ ଜମିକୁ ଜଳସେଚନ ସାଙ୍ଗକୁ ଗୋଟିଏ ଗୋଟିଏ ଟୁରିଜମ ସ୍ପଟ କରିବା ଉଦେଶ୍ୟନେଇ କବିସୂର୍ଯ୍ୟନଗର ବିଧାୟିକା ଙ୍କ ପ୍ରଚେଷ୍ଟା ରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା 2 କୋଟି 86 ଲକ୍ଷ ଟଙ୍କା ବ୍ୟୟରେ ଜଗତା ଘାଇର ଉନ୍ନତିକରଣ କାର୍ଯ୍ୟ ଗତ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଉନ୍ନୟନ କାର୍ଯ୍ୟ ରେ ହୋଇଛି ବ୍ୟାପକ ଅନିୟମିତତା l କଣ୍ଟ୍ରାକ୍ଟର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିନ୍ମମାନର କାର୍ଯ୍ୟ କରାଯାଇଥିବା ହୋଇଛି ଅଭିଯୋଗ l ଯନ୍ତ୍ରୀଙ୍କ ଦାମିକା ଗାଡ଼ିରେ ପେଟି ଠିକାଦାର ବୁଲି ମଜାମଜଲିସ ଚଳାଉଥିବା ବେଳେ କାର୍ଯ୍ୟ ର ତଦାରଖ କରିବାକୁ କାର୍ଯ୍ୟରେ ଉପସ୍ଥିତ ରହୁନାହାନ୍ତି ଯନ୍ତ୍ରୀ l କୋଦାଳରେ ରହିଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ରେ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି l ଫଳରେ କଣ୍ଟ୍ରାକ୍ଟର ମନଇଚ୍ଛା ନିନ୍ମମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଏହି କାର୍ଯ୍ୟ ର ଅଟକଳ ମୂଲ୍ୟ କିମ୍ବା କାର୍ଯ୍ୟ ଶେଷ ତାରିଖ କହିପାରୁନାହାନ୍ତି ଯନ୍ତ୍ରୀ l ଜନସାଧାରଣ ଙ୍କ ଅବଗତି ନିମନ୍ତେ ଏଠାରେ ଲାଗୁନି ସୂଚନା ଫଳକ l କାର୍ଯ୍ୟ ସମ୍ବଦ୍ଧରେ ପଚାରିଲେ ଯନ୍ତ୍ରୀ ସାମ୍ବାଦିକ ମାନଙ୍କୁ ଗୁଣ୍ଡାର ଆକ୍ଷା ଦେବା ସହିତ ପେଟି କଣ୍ଟ୍ରାକ୍ଟର ଦ୍ୱାରା କରାଇଛନ୍ତି ଦୁର୍ବ୍ୟବହାର l ହେଲେ ଏଠି ପ୍ରଶ୍ନଉଠୁଛି ସତ୍ୟ ର ସନ୍ଧାନ କଲେ ଜଣେ ସାମ୍ବାଦିକ କେବେ ଗୁଣ୍ଡା ହୋଇଯାଏକି? ସରକାରୀ ବାବୁ ଯାହା କରିବେ ତାହା ଠିକ ଦୁର୍ନୀତି ପଦାକୁ ଆଣିବା ଭୁଲ l ହିଟଲର ଶାସନ ଭଳି କାର୍ଯ୍ୟକରୁଥିବା ଓ ସରକାରୀ ଟଙ୍କା ଆତ୍ମସାତ କରି ଦାମୀ ଗାଡ଼ିରେ ବୁଲୁଥିବା ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଉଚ୍ଚସ୍ଥରୀୟ ତଦନ୍ତ କରାଯିବା ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ଦାବିହେଉଛି l ଏବଂ ସାମ୍ବାଦିକ ଙ୍କ ଉପରେ ଦୁର୍ବ୍ୟବହାର କରିଥିବା ପେଟି କଣ୍ଟ୍ରାକ୍ଟର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l

ରିପୋର୍ଟ : ଭଗବାନ ପାଢ଼ୀ