Tuesday, October 13, 2026
Home ଅପରାଧ ପାଟଣା ଅଞ୍ଚଳରେ ମଦ କାରବାର କୁ ବିରୋଧ କରି ତାତିଲେ ମହିଳା ମଦ ବିରୋଧୀ ଆନ୍ଦୋଳନ...

ପାଟଣା ଅଞ୍ଚଳରେ ମଦ କାରବାର କୁ ବିରୋଧ କରି ତାତିଲେ ମହିଳା ମଦ ବିରୋଧୀ ଆନ୍ଦୋଳନ ।

50

କେନ୍ଦୁଝର , ୦୪/୦୭/୨୨ (ଜିଲ୍ଲା ଖବର) : ପାଟଣା ଅଞ୍ଚଳରେ ବେଆଇନ ମଦ କାରବାର କୁ ନେଇ ଅଣ୍ଟା ଭିଡ଼ିଲେ ମହିଳା । ଅଞ୍ଚଳରେ ମଦ ବିକ୍ରି ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ଦାବି ରେ ଆଜି ସାହାରପଡା ତହସିଲ ସମ୍ମୁଖରେ ଶତାଧିକ ମହିଳା ଧାରଣା ବସିଛନ୍ତି। ସେହିପରି ତୁରୁମୁଙ୍ଗା ଥାନା କେନ୍ଦେଇପଶି ପଞ୍ଚାୟତ ରେ ଶତାଧିକ ମହିଳା ଏକଜୁଟ ହୋଇ ଏକ ବିଶାଳ ରାଲି କରି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ରାଲି କରି ମଦ ବନ୍ଦ ର ଶ୍ଳୋଗାନ ଦେଇ ଆନ୍ଦୋଳନ କରିଛନ୍ତି ।

ଗାଁ ନିକଟରେ ହାତ ପାଆନ୍ତା ରେ ମଦ ମିଳୁଥିବା ରୁ ଯୁବପିଢି ମଦ ପିଇ ପଥଭ୍ରଷ୍ଟ ହେବା ସହ ପାରିବାରିକ କଳହ ବୃଦ୍ଧି ପାଉଥିବା ମହିଳା ମାନେ ଅଭିଯୋଗ ଆଣିଛନ୍ତି। ଆଗକୁ ଅଞ୍ଚଳରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ନହେଲେ ମହିଳା ମାନେ ରାଜରାସ୍ତା କୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।