
ବୁଗୁଡା , ୦୪/୦୭/୨୨ ( ଜିଲ୍ଲା ଖବର ) : ରାଜ୍ୟରେ ସମସ୍ତ ସେବା ସମବାୟ ସମିତିର ସଭାପତି ଏବଂ ସଭ୍ୟାଙ୍କ ନିର୍ବାଚନ ପର୍ଯ୍ୟାୟକ୍ରମେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବୁଗୁଡ଼ା ଶାଖା ଅଧିନରେ ୧୪ ଗୋଟି ସେବା ସମବାୟ ମଧ୍ୟରୁ ବି.କରଡାବାଡି ଅଧିନରେ ତାକରଡା,ବି କରଡ଼ାବାଡ଼ି ଓ ଭଗବାନ ପୁର ସମେତ ୩ ଗୋଟି ପାଇଁ ଗୋଟିଏ ସଭାପତି ଓ ୧୫ ଜଣ ସଭ୍ୟଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲର ସମୟ ଧାର୍ଯ୍ୟ ହୋଇଥିବା ବେଳେ ସେହି ସମୟ ମଧ୍ୟରେ ସଭାପତି ପାଇଁ ଜଣେ ଏବଂ ସଭ୍ୟ ପାଇଁ ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ତାଙ୍କରି ପ୍ରତିଦ୍ୱନ୍ଦୀ କେହି ନଥିବା ଫଳରେ ସମୟ ସୀମା ସରିବା ପରେ ସଭାପତି ପ୍ରାର୍ଥୀ ହୋଇଥିବା ଗଙ୍ଗାଧର ନାୟକଙ୍କୁ ଅପ୍ରତିଦ୍ୱନ୍ଦୀ ସଭାପତି ଭାବେ ଘୋଷଣା କରିଥିବା ବେଳେ ସେହି ସଭ୍ୟ ୧୫ ଜଣଙ୍କୁ ମଧ୍ୟ ଅପ୍ରତିଦ୍ୱନ୍ଦୀ ବୋଲି ଘୋଷଣା କରିଥିଲେ।

ସେହି ସମବାୟ ସମିତିର ସମ୍ପାଦକ ଜୟରାମ ନାୟକ ଉପସ୍ଥିତ ଥିବା ବେଳେ ସମିତିର ନିର୍ବାଚନ ଅଧିକାରୀ ରୂପେ ଭଜ କୃଷ୍ଣ ସାହୁ ଦାୟୀତ୍ବ ନିର୍ବାହ କରିଥିଲେ। ସୂଚନା ଯୋଗ୍ୟ ଯେ ଚାଷୀମାନଙ୍କ ସୁଖଦୁଃଖରେ ଭାଗିଦାର ହେଉଥିବା ଯୋଗୁଁ ଗଙ୍ଗାଧର ନାୟକ ସେହି ସମିତିରେ ୨୦୦୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷ ଧରି ସଭାପତି ନିର୍ବାଚନରେ ଅପ୍ରତିଦ୍ୱନ୍ଦୀ ସଭାପତି ଭାବେ ରହିଆସୁଛନ୍ତି।

ଉପସ୍ଥିତ ଥିବା ତାକରଡା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ,ସହ ସମ୍ପାଦକ ରୁଦ୍ର ମାଧବ ନାୟକଙ୍କ ସମେତ ଭଗବାନ ପୁର,ତାକରଡା ଓ ବି କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ରହି ସଭାପତି ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।



