
ଶେରଗଡ଼ , ୦୪/୦୭/୨୨ ( ଜିଲ୍ଲା ଖବର ) : ଝୁଲରେ ନିତାଇ ଝୁଲ୍ ଗୀତରେ ଝୁମି ଝୁମି ଗାଇଲେ ଆଉ ଲୋକଙ୍କୁ ଝୁମିଝୁମି ନଚାଇଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ତହସିଲଦାର ଡକ୍ଟର ଦୟାସିନ୍ଧୁ ପରିଡ଼ା l ରଥ ଯାତ୍ରାର ତୃତୀୟ ଦିବସରେ ଆଡପ ମଣ୍ଡପରେ ମିନ ଅବତାରରେ ମହା ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ତହସିଲ ଦାର ଙ୍କ ସୁମଧୁର କଣ୍ଠର ସଙ୍ଗୀତରେ ଝୁମିଥିଲେ ଦର୍ଶକ l


ଶେରଗଡ଼ ବ୍ଲକ ଅଲାରିଗଡ ମହାପ୍ରଭୁଙ୍କୁ ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଛେରା ପହଁରା କରି ଅଞ୍ଚଳବାସୀ ନିଜକୁ ଧନ୍ୟ ମନେକରିଥିବା ବେଳେ ଶେରଗଡ଼ ବ୍ଲକ ରେ ଡକ୍ଟର ଦୟାସିନ୍ଧୁ ପରିଡାଙ୍କୁ ପାଇ ଅଞ୍ଚଳବାସି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି l

ଶାନ୍ତ, ସରଳ, ପରୋପକାରୀ ଭଳି ଜନେ ପ୍ରକୃତ ଦରଦୀ ମଣିଷକୁ ପାଇ ଅଞ୍ଚଳବାସି ନିଜକୁ ଧନ୍ୟ ମନେ କରୁଛନ୍ତି ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ


