ଜିଲ୍ଲା ପ୍ରେସ କ୍ଲବ ଓ ସମାଜ ପକ୍ଷରୁ ଗରିବ ଅସହାୟ ଙ୍କୁ ଛତା ପ୍ରଦାନ ।

19


ଫୁଲବାଣୀ , ୦୩/୦୭/୨୨ ( ଜିଲ୍ଲା ଖବର ) : ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଚଉରା ନବେ ତମ ପୁଣ୍ୟ ତୀଥି ଅବସରରେ ସମାଜ ପକ୍ଷରୁ ଗତ ୨୯ ତାରିଖ ରୂ ଆରମ୍ଭ ହୋଇଥିବା ସେବା ସପ୍ତାହ ଅବସରରେ ୩ ତାରିଖ ରବିବାର ଅପରାହ୍ନ ୫ଟା ରେ ଫୁଲବାଣୀ ସହର ର ନୁଆସାହି ଛକ ସ୍ଥିତ ଦଧିବାମନ ମନ୍ଦିର ପ୍ରାଙ୍ଗଣ ରେ କିଛି ଗରିବ ଅସହାୟ ଲୋକଙ୍କୁ ସମାଜ ଓ ପ୍ରେସ କ୍ଲବ ପକ୍ଷରୁ ବର୍ଷାଦିନ ଯୋଗୁଁ ଛତା ପ୍ରଦାନ କରାଯାଇଥିଲା l


ଏଥିରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମାଜ ଜିଲ୍ଲା ପ୍ରତିନିଧି ଅଶୋକ ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ରାଧାମୋହନ ମହାପାତ୍ର, , ଅଚ୍ୟୁତ ସେଠି,ଟିମ ହୁମାନୀଟି ରପ୍ରଶାନ୍ତ ପାଣିଗ୍ରାହୀ, ଅନୁପ ବିକ୍ରମ ପାତ୍ର ସାଇରାମ ପାତ୍ର, ଗୌର ଚନ୍ଦ୍ର ସାହୁସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ରହି ଛତା ବଣ୍ଟନ କରିଥିଲେ l


ବର୍ଷା ଦିନ ରେ ଛତା ସେମାନ ଙ୍କୁ ଯିବା ଆସିବା ରେ ବହୁତ ସାହାଯ୍ୟ କରିବ ବୋଲି କହିବା ସହ ଛତା ଟିଏ ପାଇଵା ପରେ ସେମାନଙ୍କ ମୁହଁରେ ହସ ବେଶ ବାରି ହୋଇପଡୁଥିଲା ଆଉ ସମାଜ ସଂସ୍ଥା ସହ ଜିଲ୍ଲା ପ୍ରେସ କ୍ଲବ ର ଉଜ୍ଵଳ ଭବି ଷ୍ୟତ କାମନା କରିବାସହ ଏଭଳି କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ ।
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ରିପୋର୍ଟ୍
ଜିଲ୍ଲା ଖବର ।