ରାୟଗଡ଼ା , ୦୩/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେ ରୋଡ ସ୍ଥିତ ବି ସି ରୋଡ ରେ ରହୁଥିବା ବି ଭିମରାଜୁ ଙ୍କ ସ୍ତ୍ରୀ ବି ଇନ୍ଦୁ ଙ୍କ ଉପରେ ଆଜକୁ ୩ ଦିନ ହେବ ତାଙ୍କ ଶାଶୁ ବି ଜୟଲକ୍ଷ୍ମୀ ଓ ୨ ନଣନ୍ଦ ବି କମଳା ଓ ଅରୁଣା ଯୌତୁକ ନିର୍ଯାତନା ଦେଇ ମାଡ଼ ମାରୁଥିବା ଅଭିଯୋଗ ନେଇ ଚାନ୍ଦିଲି ଥାନା ରେ ଏତଲା ବି ଇନ୍ଦୁ ଦେଇଛନ୍ତି ।

ସୂଚନା ଅନୁଯାୟୀ ବି ଭିମାରଜୁ ଙ୍କ କହିବା ଅନୁଯାୟୀ ତାଙ୍କ ମାଆ ଓ ୨ ଭଉଣୀ ଆଜି ସକାଳେ ତାଙ୍କ ସ୍ତ୍ରୀ ଙ୍କୁ ରକ୍ତାକ୍ତ କରି ମାଡ଼ ମାରିଥିବା କହିଛନ୍ତି ଏହି ସମୟରେ ତାଙ୍କୁ ଓ ତାଙ୍କ ୨ ଝିଅ ଙ୍କୁ ବାହାର କରି ଘର ଭିତରେ ରଖି ତାଙ୍କ ସ୍ତ୍ରୀ ଙ୍କୁ କାଠ ଫାଳିଆ ସହ ମାଡ଼ ମାରିଥିବା ବେଳେ ଏଭଳି ଘଟଣା ଆଗରୁ ଘଟୁଥିଲେ ମଧ୍ୟ ବି ଇନ୍ଦୁ ନିଜଘର କଥା କହି ସମ୍ଭାଳି ଯାଉଥିଲେ ।

କିନ୍ତୁ ବାରମ୍ବାର ଏଭଳି ଘଟିବାରୁ ସେ ଆଜି କେସ ଦେଇଥିଲେ ବୋଲି କହିଛନ୍ତି। ଥାନାରେ ଏତଲା ଦେବାକୁ ଯିବା ସମୟରେ ବି ଇନ୍ଦୁ ବେହୋସ ହୋଇ ପଡ଼ିଯାଇଥିଲେ । ଏହି ଘଟଣାର ମୁଖ୍ୟ କାରଣ ସବୁବେଳେ ତାଙ୍କ ଶାଶୁ ଓ ୨ ନଣନ୍ଦ ବି ଇନ୍ଦୁ ଙ୍କୁ ତାଙ୍କ ମାଆ ଘରୁ ଯୌତୁକ ତଥା ଟଙ୍କା ଓ ବିଭିନ୍ନ ଜିନିଷ ଆଣିବାକୁ କହି ଯାତନା ଦେଉଥିବା କଥା ସେ କହିଛନ୍ତି ।

ଏ ବିଷୟରେ ଚାନ୍ଦିଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ହିକକା କହିଛନ୍ତି ଯେ କେସ ନଂ
୯୪/୦୩.୦୭.୨୨ ,ଏତଲା ରୁଜୁ ହୋଇଥିବ ବେଳେ ୪୯୮A, ୩୨୩,୫୦୬,୩୪, ଏବଂ RW ସେକ୍ସନ ୪ ଡି ପି
ଧାରା ରେ ମାମଲା ରୁଜୁ ହୋଇଥିବା ବେଳେ ଏଯାବତ୍ କାହାକୁ ଗିରଫ ହୋଇନଥିବା ଜଣା ପଡିଛି । ବର୍ତ୍ତମାନ ଉକ୍ତ ପୀଡ଼ିତା ମହିଳା କୋଲନରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।