
ତେନ୍ତୁଳିଖୁଣ୍ଟି , ୦୩/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରୁ ଗତକାଲି ରାତିରେ ଚୋରି ହୋଇଛି। ବିଦ୍ୟାଳୟ ର କମ୍ପ୍ୟୁଟର ରୁମରୁ କମ୍ପ୍ୟୁଟର , ସାଉଣ୍ଡ ବକ୍ସ ଓ ସାଉଣ୍ଡ ଏମ୍ପ୍ଲ ଲି ଫାୟର ଚୋରି ହୋଇଥିବା ଖାତିଗୁଡା ଥାନା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି।

ତାସହ ସ୍କୁଲର ବ୍ଲାକବୋଡ଼ରେ ଆମେ ସ୍କୁଲ ପିଲା ଆମେ ପୁଣିଥରେ ଆସିବୁ ଆମକୁ ଧରିପାରିଲେ ଧର ବୋଲି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନକୁ ଚେତାବନୀ ଦେଇଛି ଚୋର ।

ଥାନା ଆଇ ଆଇ ସି ପ୍ରମୋଦ ନାୟକ କେଶ ନମ୍ବର ୬୦/୨୨ ତଦନ୍ତ ଆରମ୍ଭ କରିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ଆସାମୀ ଓ ସାମଗ୍ରୀ ଧରାଯିବ ବୋଲି କହିଛନ୍ତି। ସ୍କୁଲର ଛାତ୍ର ମାନେ ଏଭଳି କାମ କରିଥିବେ ବୋଲି ଶୁଣିବାକୁ ମିଳୁଛି ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର ।



