Saturday, November 14, 2026
Home ଆଞ୍ଚଳିକ ବେଲଗୁଣ୍ଠାରେ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ।

ବେଲଗୁଣ୍ଠାରେ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ।

32


ବେଲଗୁଣ୍ଠା , ୦୨/୦୭/୨୨ ( ଜିଲ୍ଲା ଖବର ) : ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି ।କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ପୁରୀ ବ୍ୟତୀତ ଅନ୍ୟ କୈାଣସି ସ୍ଥାନରେ ରଥଯାତ୍ରା ପାଳିତ ହୋଇନଥିଲା ।କେବଳ ବିଧି ଅନୁସାରେ ମନ୍ଦିର ବେଢ଼ା ମଧ୍ୟରେ ରଥଯାତ୍ରା ପାଳିତ ହୋଇଥିଲା । ସେଥିରେ ନ ଥିଲା ଭକ୍ତ ଙ୍କ ସମାଗମ ନା ହୋଇଥିଲା ମହାପ୍ରଭୁ ଓ ଭକ୍ତଙ୍କ ମହାମିଳନ। କିନ୍ତୁ ଏହି ବର୍ଷ ମହାପ୍ରଭୁଙ୍କ କରୁଣାରୁ କରୋନା କଟକଣା ନ ଥିବାରୁ ରଥଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଏହି ଅବସରରେ ବେଲଗୁଣ୍ଠା ସହରରେ ଥିବା ବାଲିଡି ସାହି ଜଗନ୍ନାଥ ଓ ବଡ଼ଦାଣ୍ଡ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଳିତ ହୋଇଯାଇଅଛି । ଅପରାହ୍ନ ୪ ଟା ସମୟରେ ମହାପ୍ରଭୁଙ୍କୁ ପହଣ୍ଡିରେ ରଥକୁ ବିଜେ କରାଯାଇଥିଲା । ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ଲାଭ କରିବା ପାଇଁ ବାଲିଡି ସାହି ଓ ପେଣ୍ଠ ସାହିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

ବେଲଗୁଣ୍ଠା ରଥଯାତ୍ରାର ବୈଶିଷ୍ଟ୍ୟ ବହନ କରୁଥିବା ଟାହିଆ ବା ଝରା ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରଥଯାତ୍ରା ପାଇଁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଓ ଗୋଷ୍ଠୀ ଊନଯନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ଙ୍କ ତତ୍ଵାବଧାନ ରେ ବାଲିଡି ଓ ବଡ଼ଦାଣ୍ଡକୁ ସୁନ୍ଦର ଚିତା ଦ୍ୱାରା ମଣ୍ଡିତ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତ୍ରୂତ୍ଵ ରେ ପୋଲିସ ମୁତୟନ କରାଯାଇଥିଲା ।

ବେଲଗୁଣ୍ଠା ସହରର ଯାତ୍ରା ମିଠା ଭାବେ ପରିଚିତ ହାଲୁଆ ଓ ଦ୍ରାକ୍ଷା ବିପ୍ପଣି ଗୁଡ଼ିକରେ ମିଠା କିଣିବା ପାଇଁ ଗ୍ରାହକ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ବଣିକ ସଂଘ ତରଫରୁ କନିକା ଭୋଗ ପରିବେଷଣ କରା ଜାଇଥୀଲା । ଦୁଇ ମନ୍ଦିରର ସେବକ ଓ ପରିଚାଳନା କମିଟି ଶ୍ରୀ ଗୁଣ୍ଡିଚା ଯାତ୍ରା ପରିଚାଳନା କରିଥିଲେ ।