
ଖଲ୍ଲିକୋଟ , ୦୨/୦୭/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଂଚାୟତ ,ଖଲ୍ଲିକୋଟ ଏନ ଏ ସି ସମେତ ପଡୋଶୀ ବ୍ଲକର ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ପାଞ୍ଚ ଗୋଟି ଏମ ବି ବି ଏସ ଡାକ୍ତର ଓ ତିନି ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି l



ମାତ୍ର ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ପ୍ରତିଦିନ ୪୦୦ ବହିଃ ଚିକିତ୍ସା ରୋଗୀଙ୍କ ସମେତ ଦୁର୍ଘଟଣା ଗ୍ରସ୍ତ ରୋଗୀ ଓ ଦୈନିକ ୧୨ ଜଣ ମହିଳାଙ୍କୁ ପ୍ରସବ କରାଇବା ନେଇ ରୋଗୀ ମାନଙ୍କୁ ହନ୍ତ ସନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲେ ମଧ୍ୟ କେହି କର୍ଣପାତ ନ କରିବା ଫଳରେ ଆଜି ଶନିବାର ଦିନ ଖଲ୍ଲିକୋଟ ପ୍ରେସ କ୍ଲବ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ ମଂଚ ,ଓକିଲ ସଂଘ ,ରାହ|ଣ ଦେବୀ ଟ୍ରକ ମାଲିକ ସଂଘ ,ବଜରଙ୍ଗ ଦଳ ,ବଣିକ ସଂଘ ଭଳି ୧୦ ଗୋଟି ସଂଗଠନର କର୍ମକର୍ତ୍ତା ମାନଙ୍କ ସହଯୋଗରେ ଏକ ଦିବସୀୟ ଶାନ୍ତି ପୂର୍ଣ୍ଣ ‘ଗଣଧାରଣା ‘ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ ଆଗରେ ଅନୁଷ୍ଠିତ ହୋଇଥିଲା l








ଧାରଣା ସ୍ଥଳରେ ତହସିଲଦାର ରାଜ କିଶୋର ପଟନାୟକ ,ଜିଲ୍ଲା ମୁଖ୍ୟ ଚିକିଚ୍ଚାଧିକାରୀଙ୍କ ପ୍ରତିନିଧି ଡ଼ଃ .ଜଗଦୀଶ ପଟନାୟକ ଓ ଡ଼ଃ .ପ୍ରଦୀପ କୁମାର ଗନ୍ତାୟତ ଉପସ୍ଥିତ ଧାରଣକାରୀଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ବିଶେଷଜ୍ଞ ପଦବୀ ପୂରଣ ଓ ଦୁଇଜଣ ଏମ ବି ବି ଏସ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେବା ସହ ତୁରନ୍ତ ତୁରନ୍ତ ଦୁଇ ଜଣ ଡାକ୍ତରଙ୍କୁ ଡେପୁଟେସନରେ ଆଣିଲେ ଓ ଏକ ultra – ସାଉଣ୍ଡ ମେସିନ ଓ ଏକ ଜେନେରେଟର ଓ ବ୍ଲଡ଼ transfusan ମେସିନ ଓ ଆନୁସଙ୍ଗିକ ଅସୁବିଧାକୁ ଦୂର କରାଯିବା ପ୍ରତିଶୃତି ପରେ ଧାରଣାରୁ ହଟିଥିଲେ l




ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ,ପ୍ରେସ କ୍ଲବ ଉପ ସଭାପତି ଅଶ୍ୱିନ କୁମାର ମହାନ୍ତି ,ସମ୍ପାଦକ ମନମୋହନ ସାହୁ ,ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ତ୍ରିପାଠୀ ,ସୁନୀଲ ମହାପାତ୍ର ,ପ୍ରିୟରଞ୍ଜନ ପଣ୍ଡା ଓ ଗଣେଶ ମଲ୍ଲିକ ,ଦୀପକ ରଣା ,ଦୀପକ ସ୍ୱାଇଁ ପ୍ରମୁଖ ଗଣଧାରଣାରେ ସହଯୋଗ କରିଥିଲେ l



