Sunday, October 11, 2026
Home ଆଞ୍ଚଳିକ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଓ ଉପଖଣ୍ଡ ସ୍ତରୀୟ...

ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଦାବିରେ ଖଲ୍ଲିକୋଟ ପ୍ରେସ କ୍ଲବ ପକ୍ଷରୁ ଗଣଧାରଣା।

89

ଖଲ୍ଲିକୋଟ , ୦୨/୦୭/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଂଚାୟତ ,ଖଲ୍ଲିକୋଟ ଏନ ଏ ସି ସମେତ ପଡୋଶୀ ବ୍ଲକର ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ପାଞ୍ଚ ଗୋଟି ଏମ ବି ବି ଏସ ଡାକ୍ତର ଓ ତିନି ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି l

ମାତ୍ର ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ପ୍ରତିଦିନ ୪୦୦ ବହିଃ ଚିକିତ୍ସା ରୋଗୀଙ୍କ ସମେତ ଦୁର୍ଘଟଣା ଗ୍ରସ୍ତ ରୋଗୀ ଓ ଦୈନିକ ୧୨ ଜଣ ମହିଳାଙ୍କୁ ପ୍ରସବ କରାଇବା ନେଇ ରୋଗୀ ମାନଙ୍କୁ ହନ୍ତ ସନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲେ ମଧ୍ୟ କେହି କର୍ଣପାତ ନ କରିବା ଫଳରେ ଆଜି ଶନିବାର ଦିନ ଖଲ୍ଲିକୋଟ ପ୍ରେସ କ୍ଲବ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ ମଂଚ ,ଓକିଲ ସଂଘ ,ରାହ|ଣ ଦେବୀ ଟ୍ରକ ମାଲିକ ସଂଘ ,ବଜରଙ୍ଗ ଦଳ ,ବଣିକ ସଂଘ ଭଳି ୧୦ ଗୋଟି ସଂଗଠନର କର୍ମକର୍ତ୍ତା ମାନଙ୍କ ସହଯୋଗରେ ଏକ ଦିବସୀୟ ଶାନ୍ତି ପୂର୍ଣ୍ଣ ‘ଗଣଧାରଣା ‘ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ ଆଗରେ ଅନୁଷ୍ଠିତ ହୋଇଥିଲା l

ପ୍ରେସ କ୍ଲବ ସଭାପତି ଅଶୋକ ତ୍ରିପାଠୀଙ୍କ ଅଧକ୍ଷତାରେ ଆୟୋଜିତ ଗଣଧାରଣାରେ ବରିଷ୍ଠ ନାଗରିକ ମଂଚର ସଭାପତି ଡ଼ଃ .ହରପ୍ରସାଦ ମହାପାତ୍ର ,ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ,ପୁର୍ଣ ଚନ୍ଦ୍ର ଶତପଥୀ ,କ୍ଷିତୀଶ ରଥଙ୍କ ସମେତ ଖଲ୍ଲିକୋଟ ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ପଣ୍ଡା ,ଆଇନଜୀବୀ ସିମାଞ୍ଚଳ ବେହେରା ,ରଘୁନାଥ ଗୌଡ଼ ,କୃଷ୍ଣ ଚନ୍ଦ୍ର ପଣ୍ଡା ,ଅରୁଣ କୁମାର ସିଂ ,ପ୍ରଦୀପ କୁମାର ସେଠି ,ମେଘନାଦ ଦଳାଇ ପୂର୍ବତନ କାଉନସିଲର ବିପିନ ବିହାରୀ ସାମନ୍ତ ,୧ ନମ୍ବର ୱାର୍ଡ କାଉନସିଲର ସୁଜାତା ସାମନ୍ତ ,ନାରୀନେତ୍ରୀ ଅହଲ୍ୟା ଜେନା ,

ରବି ସ୍ୱାଇଁ ,ଟ୍ରକ ମାଲିକ ସଂଘ ସଭାପତି ଚକ୍ରପାଣି ରାଉତ ସମ୍ପାଦକ ପ୍ରକାଶ ମିଶ୍ର ,ଉପ ସଭାପତି ତପନ କୁମାର ଆଚାର୍ଯ୍ୟ, ବିଜେଡି ନଗର ସଭାପତି ନରେନ୍ଦ୍ର କୁମାର ପାତ୍ର ,ପୂର୍ବତନ ସରପଂଚ ମନୋଜ ପ୍ରଧାନ ,ନିରଞ୍ଜନ ନାୟକ , ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ପ୍ରମୁଖ ଡାକ୍ତର ମରୁଡି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଘୋଷଣା ନ କଲେ ଆନ୍ଦୋଳନକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଆଯିବ ବୋଲି ସତର୍କ କରାଇଥିଲେ l

ଧାରଣା ସ୍ଥଳରେ ତହସିଲଦାର ରାଜ କିଶୋର ପଟନାୟକ ,ଜିଲ୍ଲା ମୁଖ୍ୟ ଚିକିଚ୍ଚାଧିକାରୀଙ୍କ ପ୍ରତିନିଧି ଡ଼ଃ .ଜଗଦୀଶ ପଟନାୟକ ଓ ଡ଼ଃ .ପ୍ରଦୀପ କୁମାର ଗନ୍ତାୟତ ଉପସ୍ଥିତ ଧାରଣକାରୀଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ବିଶେଷଜ୍ଞ ପଦବୀ ପୂରଣ ଓ ଦୁଇଜଣ ଏମ ବି ବି ଏସ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେବା ସହ ତୁରନ୍ତ ତୁରନ୍ତ ଦୁଇ ଜଣ ଡାକ୍ତରଙ୍କୁ ଡେପୁଟେସନରେ ଆଣିଲେ ଓ ଏକ ultra – ସାଉଣ୍ଡ ମେସିନ ଓ ଏକ ଜେନେରେଟର ଓ ବ୍ଲଡ଼ transfusan ମେସିନ ଓ ଆନୁସଙ୍ଗିକ ଅସୁବିଧାକୁ ଦୂର କରାଯିବା ପ୍ରତିଶୃତି ପରେ ଧାରଣାରୁ ହଟିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ,ପ୍ରେସ କ୍ଲବ ଉପ ସଭାପତି ଅଶ୍ୱିନ କୁମାର ମହାନ୍ତି ,ସମ୍ପାଦକ ମନମୋହନ ସାହୁ ,ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ତ୍ରିପାଠୀ ,ସୁନୀଲ ମହାପାତ୍ର ,ପ୍ରିୟରଞ୍ଜନ ପଣ୍ଡା ଓ ଗଣେଶ ମଲ୍ଲିକ ,ଦୀପକ ରଣା ,ଦୀପକ ସ୍ୱାଇଁ ପ୍ରମୁଖ ଗଣଧାରଣାରେ ସହଯୋଗ କରିଥିଲେ l