
ବିଷମକଟକ , ୦୨/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ର ଉପାନ୍ତ ଅଞ୍ଚଳ କାଶିପୁର ବ୍ଲକ ସର୍ବଦା ଗଣମାଧ୍ୟମ ର ପୃଷ୍ଠା ମଣ୍ଡନ କରୁଥିବା ବେଳେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଚିକିତ୍ସା ପାଇଁ ଡାକ୍ତରଖାନା ନେଉଥିବା ଏକ ସାଧାରଣ ଘାଟରେ ପରିଗଣିତ ହେଉଛି । କିନ୍ତୁ ପ୍ରଶାସନ ଏହାକୁ ସର୍ବଦା ଅଣଦେଖା କରୁଥିବା ବେଳେ , ଆଜି ପୁଣି ଏଭଳି ଏକ ହୃଦୟ ବିଦାରକ ଘଟଣା କାଶିପୁର ରେଙ୍ଗା ପଞ୍ଚାୟତ ଅନ୍ତର୍ଗତ ମହୁଲକଣା ର ମୁନା ଝୋଡ଼ିଆ ଙ୍କ ସ୍ତ୍ରୀ କୁନ୍ତଳା ଝୋଡ଼ିଆ ଆଜି ସକାଳୁ ପ୍ରସବ ବେଦନା ହେବାରୁ ତାଙ୍କୁ ଖଟିଆରେ ୨ କିମି ବୋହି ରଞ୍ଜୁଗୁଡା ରାସ୍ତା କୁ ନେଇ ସେଠାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ରେ କାଶୀପୁର ଡାକ୍ତରଖାନା କୁ ନିଆ ଯାଇଛି ।

ଏହି ଗାଁ କୁ ରେଂଗା ଦେଇ ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ଏକରସ୍ଥ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯାହା ଫଳରେ ଲୋକମାନେ ଗମନା ଗମନ ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି।


ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ରେ ଯନନୀ ଯନ୍ତ୍ରଣାର ଦୃଶ୍ୟ ବାରମ୍ବାର ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କାହିଁ କି? ତତ୍ପର ହେଉନାହାନ୍ତି। କଣ କରୁଛନ୍ତିି ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, କ’ଣ କରୁଛନ୍ତିି ଆମ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ,କ’ଣ କରୁଛନ୍ତି ଆମ ଏମ୍ ପି ସପ୍ତଗିରି ଉଲ୍ଲାକା ,କ’ଣ କରୁଛନ୍ତି ଆମ ଜିଲ୍ଲା ପ୍ରଶାସନ ।

ଏମାନଙ୍କ ଦୃଷ୍ଟି ପଡୁନାହିଁ ବୋଲି ମନ୍ତ୍ରୀ ଯନ୍ତ୍ରଣା ର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ରେ। କଣ କାଶିପୁର ବ୍ଲକ ବାସୀ ମଣିଷ ନୁହଁନ୍ତି କି? କଣ ରାସ୍ତା ନାହିଁ ବୋଲି ସେମାନେ ଛୁଆ ଜନ୍ମ କରିବେ ନାହିଁ କି?


ଏଥି ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଧ୍ୟାନ ନଦେଲେ ଏଭଳି ପରିସ୍ଥିତି ସ୍ବାଧୀନତାର ୭୫ ବର୍ଷ ନୁହେଁ ୧୦୦ ବର୍ଷ ହେଲେ ମଧ୍ୟ ରାସ୍ତା ଭଳି ମୌଳିକ ସୁବିଧା ପାଇବା ସ୍ବପ୍ନ ରେ ହିଁ ରହିଯିବ ।
ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।


