Thursday, November 12, 2026
Home ଆଞ୍ଚଳିକ କୂଅ ମଧ୍ୟରୁ ଗାଈ କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

କୂଅ ମଧ୍ୟରୁ ଗାଈ କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

54

ଭଞ୍ଜନଗର , ୦୨/୦୭/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ମୁଜାଗଡ଼ ପଂଚାୟତ ନିଧିଆପଲ୍ଲୀ ଗ୍ରାମ ନିକଟରେ ଥିବା ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଶିବ ପ୍ରସାଦ ଗୌଡ଼ଙ୍କ ଗାଈ କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି।

ଅପରାହ୍ନ ସମୟରେ ନିକଟସ୍ଥ ଜମିରେ ଗାଈ ଟି ଚରୁଥିବା ବେଳେ କୂଅରେ ଗଳି ପଡିଥିଲା। ଗ୍ରାମବାସୀ ଙ୍କ ଚେଷ୍ଟା ପରେ ମଧ୍ୟ ଗାଈଟି ଉଦ୍ଧାର ହୋଇପାରି ନଥିଲା।

ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ବିଭିନ୍ନ କୌଶଳ କ୍ରମେ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି ।