Thursday, October 15, 2026
Home ଆଞ୍ଚଳିକ ମାନସିକ ବିକୃତ ବ୍ୟକ୍ତିର ମୃତଦେହ ବିଲ ମାଟିରୁ ଉଦ୍ଧାର କାରଣ ଅସ୍ପଷ୍ଟ, ଅପମୃତ୍ୟ ମାମଲା ରୁଜୁ...

ମାନସିକ ବିକୃତ ବ୍ୟକ୍ତିର ମୃତଦେହ ବିଲ ମାଟିରୁ ଉଦ୍ଧାର କାରଣ ଅସ୍ପଷ୍ଟ, ଅପମୃତ୍ୟ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି ।

26

ସାନଖେମୁଣ୍ଡି (ଜିଲ୍ଲା ଖବର) : ପାଟପୁର ଥାନା ଅଂଚଳ ସତପେଣ୍ଠ ଗୋପାଳପୁର ପଞ୍ଚାୟତର ପୁରୁଣାଗଡ଼ ଠାରୁ ସୁନାରୀପଲ୍ଲୀ ରାସ୍ତାର ହିଞ୍ଜଳ ମୌଜାର ଏକ ବିଲ ମଝିରେ ସୁନାରୀପଲ୍ଲୀ ଗ୍ରାମର ମୁକ୍ତ ଗୌଡ଼(୪୫) ନାମକ ମାନସିକ ବିକୃତର ମୃତ ଦେହ ପଡିଥିବା ଖବର ପାଇ ପାଟପୁର ପୋଲିସ ପକ୍ଷରୁ ଜବତ କରାଯାଇଅଛି। ଥାନା ଏସଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣାସ୍ଥଳ ପହଞ୍ଚି ମୃତ ଦେହ ଚିନ୍ହଟ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଇବା ବ୍ୟବସ୍ତା କରିଛନ୍ତି। ମୃତକ ମାନସିକ ବିକାର ଗ୍ରସ୍ତ ଥିବା ଏବଂ ତାର କୌଣସି ବିରୋଧି ନଥିବା ବେଳେ କୌଣସି ଆଘାତ କିମ୍ଭା ବିଷ ପାନ ଆଦିର ଲକ୍ଷଣ ନଥାଇ ବିଲ ମଝିରେ ମୃତ ଦେହ ମିଳିବା ନେଇ ପରିବାର ବର୍ଗ ଓ ସାଧାରଣରେ ସନ୍ଦେହ ସୃଷ୍ଟି କରାଯାଉଅଛି। ପାଟପୁର ପୋଲିସ ଥାନା ପକ୍ଷରୁ ଅପମୃତ୍ୟ ମାମଲା କେଶ ନଂ-୨୪/୧୯ ରୁଜୁ କରି ଅନୁସନ୍ଧାନ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଅଛି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।