
ବୁଗୁଡ଼ା , ୦୨/୦୭/୨୨ ( ଜିଲ୍ଲା ଖବର ) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମରେ ରାଜକୀୟ ପରମ୍ପରାରୁ ପ୍ରତିଷ୍ଠିତ ହୋଇଥିବା ମହାପ୍ରଭୁ ଶ୍ରୀ ରଘୁନାଥ ସ୍ଵାମୀଙ୍କ ଆବାହନ କାଳରୁ ହୋଉଥିବା ଶ୍ରୀ ଜଗନ୍ନାଥ ସ୍ଵାମୀଙ୍କ ରଥଯାତ୍ରା ଦୀର୍ଘ ପଚିଶ ବର୍ଷ ଧରି କୌଣସି
କାରଣ ବଶତଃ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ଗତ ୨୦୧୮ ସାଲ ପାଞ୍ଚବର୍ଷ ପୂର୍ବରୁ ଗ୍ରାମ ଯୁବକ ଏବଂ ବରିଷ୍ଠ ମାନଙ୍କ ଉତ୍ସାହ ଉଦ୍ଦୀପନାରେ ନୂତନ ରଥ ପ୍ରସ୍ତୁତ କରି ପୁଣି ରଥଯାତ୍ରା ଆରମ୍ଭ ହୋଇଥିଲା।


ଦୈବାତ୍ ବିଶ୍ବ ମହାମାରୀ କରୋନା ର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ପୁଣି ପାରମ୍ପାରିକ ନିତୀନିୟମ ଅନୁଯାୟୀ ବିନା ରଥ ବିନା ଭକ୍ତରେ ପାଳିତ ହେଉଥିଲା ବର୍ତ୍ତମାନ ସବୁ କଟକଣା ହଟିବା ପରଠୁଁ ଭକ୍ତମାନଙ୍କ ଆନନ୍ଦ କହିଲେ ନ ସରେ ।


ଏହି ଅବସରରେ ଆଜି ରାଜ୍ୟର ସମସ୍ତ ଗ୍ରାମରେ ଶ୍ରୀ ଜଗନ୍ନାଥ ସ୍ଵାମୀଙ୍କ ରଥଯାତ୍ରା ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଅନ୍ତରପଡା ବ୍ୟତୀତ ବାଲିପଦର,ଗହଙ୍ଗୁ,ଆଦିପୁର,କାଦପଡା ସମେତ ବୁଗୁଡ଼ାରେ ମଧ୍ଯ ମହା ଆଡମ୍ବର ସହକାରେ ପାଳନ କରାଯାଇଛି।


ଏହି ପରିପ୍ରେକ୍ଷୀରେ ଅନ୍ତରପଡା ଗ୍ରାମର ରଥଯାତ୍ରାରେ ସ୍ଥାନୀୟ ସରପଞ୍ଚ ବସନ୍ତ କୁମାର ଶତପଥିଙ୍କୁ ପାଛୋଟି ନେଇ ପ୍ରଥମ ସେବକ ଭାବେ ମାନ୍ୟତା ଦେଇ ଛେରାପହଁରା କରାଇଥିଲେ ।


ଏହି ଅବସରରେ ସମସ୍ତ ଗ୍ରାମବାସୀମାନଙ୍କ ସମେତ ଯୁବଗୋଷ୍ଠୀଙ୍କ ସହଯୋଗ ଦେଖିବାକୁ ମିଳିଥିଲା ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।


