Sunday, November 15, 2026
Home ଆଞ୍ଚଳିକ ମୁନିଗୁଡା ଠାରେ ଖୁବ ଧୁମ୍ ଧାମରେ ପାଳନ ହେଲା ଜଗନ୍ନାଥ ମହାପ୍ରଭୁ ରଥଯାତ୍ରା।

ମୁନିଗୁଡା ଠାରେ ଖୁବ ଧୁମ୍ ଧାମରେ ପାଳନ ହେଲା ଜଗନ୍ନାଥ ମହାପ୍ରଭୁ ରଥଯାତ୍ରା।

70

ବିଷମକଟକ , ୦୧/୦୭/୨୨ ( ଜିଲ୍ଲା ଖବର) : ସାରା ରାଜ୍ୟରେ ପର୍ଯ୍ୟନ୍ତ ପବିତ୍ର ରଥଯାତ୍ରା ପାଳନ କରୁଥିବା ବେଳେ ମୁନିଗୁଡା, ବିଷମକଟକ, ଅମ୍ବାଦୋଳା, ଚନ୍ଦ୍ର ପୁର, ଦୁର୍ଗୀ, ଆଦି ଗ୍ରାମାଞ୍ଚଳ ରେ ଏହା ଧୁମ ଧାମ ରେ କରାଯାଇଛି। ଦୀର୍ଘ ଦୁଇବର୍ଷ ପରେ କରୋନା କଟକଣା ଯୋଗୁଁ ବନ୍ଦ ହୋଇଥିବା ରଥଯାତ୍ରା ପାଳନ କରାଯାଉଥିବାରୁ ସବୁଠି ହସ ଉଲ୍ଲାସ ପରିଲକ୍ଷିତ ହୋଇଛି । ମୁନିଗୁଡା ତହସିଲ ଦେବାଶିଷ ଗୈଡ ଛେରା ପହଁରା କରିବା ସହ ରଥ ଟଣା କାର୍ଯ୍ୟ ରେ ଯୋଗ ଦେଇଥିଲେ ।

ପ୍ରାତଃ କାଳରୁ ତିନି ଠାକୁର ଙ୍କ ଦେବନୀତି ସମାପନ ପରେ ରଥ।ରୂଢ଼ ପାଇଁ ସମସ୍ତ ଗ୍ରାମବାସୀ ଶ୍ରଦ୍ଧାଳୁ ଭକ୍ତଂଙ୍କ ଗ୍ରହଣରେ ଘଣ୍ଟ ,କାହାଳି ,ମୃଦୁଙ୍ଗ,କ୍ରିତ୍ତନ ମାଧ୍ୟମରେ ତିନି ଠାକୁର ଙ୍କୁ ରଥ।ରୂଢ଼ କରାଯାଇଥିଲା । ପ୍ରଭୁଙ୍କର ରଥ ନୀତି ସରିବା ପରେ ଚାରମାଳ ଫିଟାଯାଇ ରଥ ଟଣା କାର୍ଯ୍ୟ ବଡଦାଣ୍ଡ ରୁ ଆରମ୍ଭ ହୋଇଥିଲା ।

ବଡ଼ଦାଣ୍ଡ ର ଉଭୟ ପାଶ୍ୱରେ ଅବସ୍ତିତ ସମସ୍ତ ବାସିନ୍ଦା ଦାଣ୍ଡ ଦ୍ୱାରେ ପୂର୍ଣ କୁମ୍ଭ ବାଢ଼ି ଦୀପ ପ୍ରଜ୍ବଳନ କରିବା ସହ ସ୍ୱାଗତ ଓ ଭୋଗ ଅର୍ପଣ କରିଥିଲେ । ସମଗ୍ର ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଦୀର୍ଘ ଦୁଇବର୍ଷ ପରେ କରୋନା ଯୋଗୁଁ ରଥ ଟଣା ବନ୍ଦହୋଇଥିବାରୁ ଯେଉଁ ନୈରାଶ୍ୟ ଭାବ ଦେଖାଦେଇଥିଲା ତାହାର ପୁର୍ନଛେଦ ଘଟି ରଥ ଟଣା ହୋଇଥିବାରୁ ଏକ ନୂତନ ଉନ୍ନମଦନ ଭାବନା ଗ୍ରାମବାସୀଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି ।

ମହାପ୍ରଭୁ ଙ୍କ ଏହି ରଥଯାତ୍ରା ରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଙ୍କ ସମାଗମ ହୋଇଥିଲା । ଏହି ରଥଯାତ୍ରା ଟିକୁ ଦୃଷ୍ଟିରେ ରଖି ମୁନିଗୁଡା ଥାନା ଏସ୍ ଡିପିଓ ଶ୍ରୀ ଆକାଶ କୁମାର ସାହୁ ଓ ମୁନିଗୁଡା ଥାନା ଅଧିକାରୀ ଶ୍ରୀ ସୁଞାନୀ କୁମାର ସାହୁ ଙ୍କ ଦ୍ଵାରା ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।