Wednesday, November 11, 2026
Home ଆଞ୍ଚଳିକ ଜରଡାରେ ଗୁଣ୍ଡିଚା ଯାତ୍ରା ପାଳିତ , ଲକ୍ଷାଧିକ ଭକ୍ତଙ୍କ ସମାଗମ।

ଜରଡାରେ ଗୁଣ୍ଡିଚା ଯାତ୍ରା ପାଳିତ , ଲକ୍ଷାଧିକ ଭକ୍ତଙ୍କ ସମାଗମ।

29

ପାତ୍ରପୁର , ୦୧/୦୭/୨୨ ( ଜିଲ୍ଲା ଖବର ) : ପାତ୍ରପୁର ସ୍ଥିତ ଜରଡା ଗଡ଼ରେ ଗୁଣ୍ଡିଚାଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଦୁଇ ବର୍ଷ ପରେ ଜରଡାରେ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟକ ଭକ୍ତ ଯାତ୍ରାରେ ସାମିଲ ହୋଇଥିଲେ । ଆଜି ପ୍ରଭୁଙ୍କ ପୂଜା ଧୂପ ମଇଲମ ଦେବ ନୀତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଥିଲା । ଏହା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସହସ୍ରାଧିକ ଭକ୍ତ ପ୍ରଭୁଙ୍କ ଦର୍ଶନ କରି ପୂଜା କରିଥିଲେ । ବହୁ ମାନସିକ ଧାରୀ ଭକ୍ତ ମାନେ ନିଜ ପିଲାଙ୍କୁ ଏହି ପୀଠ ନିକଟରେ ମୁଣ୍ଡନ କରିଥିଲେ । ଦର୍ଶନ କାର୍ଯ୍ୟ ଶେଷ ହେବା ପରେ ପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।

ପୂର୍ବରୁ ରଥ ସଂସ୍କାର କରାଯାଇ ଶଙ୍ଖ କାହାଳୀ ସଂକୀର୍ତ୍ତନ ହୁଳହୁଳି ମଧ୍ୟରେ ପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇ ରଥକୁ ନିଆଯାଇଥିଲା । ରଥରେ ଜରଡା ରାଜା ଦୀପକ କୁମାର ଦେବ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭକ୍ତଙ୍କ ଜୟ ଜଗନ୍ନାଥ ଜୟ ସାରଥୀ ଗୋସାଇଁ ଧ୍ୱନି ସହ ବାଦ୍ୟ ବାଜଣା ମଧ୍ୟରେ ଆଗ୍ରହ ସହକାରେ ରଥ ଟଣା କାର୍ଯ୍ୟ ଶେଷ ହୋଇଥିଲା । ମନ୍ଦିର କମିଟି ପୋଲିସ ବାହିନୀସହ ବହୁ ସ୍ବେଛାସେବୀ ଯାତ୍ରାର ଶୃଙ୍ଖଳିତ ପାଇଁ ଉଦ୍ୟମ କରିଥିଲେ ।