
ଆସିକା (ଜିଲ୍ଲା ଖବର) : ଆସିକା ବାଣୀବିହାର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ। ଉକ୍ତ ଦିବସ ଅବସରରେ ବିଜେଡିର ତୁଙ୍ଗ ନେତା ମାନେ ବିଜୁପଟ୍ଟନାୟକ ଛକ ନିକଟରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେପରେ ବାଣୀବିହାର ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ ବହୁ ବିଜେଡି ନେତା ଏବଂ କର୍ମୀ ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଜେଡିର ଆଗଧାଡ଼ିର ନେତା ଶ୍ରୀ ଦିଲୀପ କୁମାର ପାଣିଗ୍ରାହୀ ସଭାପତିତ୍ବ ଆସନ ଅଳଙ୍କୃତ କରିଥିଲେ। ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ମଲ୍ଲିକ ଯୋଗଦେଇ ଦଳୀୟ ସାଂଗଠନିକ ଦକ୍ଷତାକୁ ଆହୁରି ମଜବୁତ କରିବା ନିମନ୍ତେ ଦଳୀୟକର୍ମୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ବିଜେଡିର ଆଗଧାଡ଼ିର ନେତୃବୃନ୍ଦଙ୍କ ମଧ୍ୟରେ ଶ୍ରୀ ନଚିକେତନ ସ୍ବାଇଁ, ସତ୍ୟ ନାରାୟଣ ସ୍ବାଇଁ ,ସୂର୍ଯ୍ୟକାନ୍ତ ପରିଡା, ବରଗାଁ ସମିତି ସଭ୍ୟ ଶିବ ନାହକ ,ତାରିଣୀ ସେନାପତି, ବୁଲୁ ପାଣିଗ୍ରାହୀ, ଛାତ୍ର ନେତା ମନୋଜ କୁମାର ଦୋରା ,୬ଗୋଟି ଜୋନର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ,ବିଜୁ ଛାତ୍ର ଜନତା ଦଳ ସଭାପତି, ବିଜୁ ଯୁବଵାହିନୀ, ବିଜେଡିର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ ବିଜେଡି କର୍ମୀଙ୍କ ଉପସ୍ଥିତି ହୋଇଥିଲା। ଆସିକା ବିଜେଡିର ଗଡ ଭାବରେ ପରିଚିତ ଥିବା ବେଳେ ସାଂଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା ନିମନ୍ତେ ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ନେତାମାନେ ଉଦବୋଧନ ମାଧ୍ୟମରେ ମତବ୍ୟକ୍ତ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ ।





