
ବୁଗୁଡ଼ା , ୩୦/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଭଞ୍ଜବଂଶ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ଆସନ୍ତା କାଲି ରଥ ଯାତ୍ରା ପାଇଁ ଆଜି ଠାରୁ ରଥ ଓ ପଥ ପ୍ରସ୍ତୁତି ହୋଇଯାଇଛି। ଗତ ଦୁଇବର୍ଷ ଧରି ବିଶ୍ବ ମହାମାରୀର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ହୋଇ ରଥଯାତ୍ରାର ସମସ୍ତ ପାରମ୍ପାରିକ ରୀତିରେ ବିଧିବିଧାନ କରିଥିଲେ ।


ହେଁ ବିନା ରଥ ଏବଂ ବିନା ଭକ୍ତରେ ସମ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହି ବର୍ଷ ସବୁ କଟକଣା ହଟିବା ପରଠୁଁ ପ୍ରଭୁ ଶ୍ରୀ ତ୍ରିମୂର୍ତ୍ତିଙ୍କ ଦର୍ଶନ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିରରେ କରୁଥିଲେ ବର୍ତ୍ତମାନ ଏହି ଭକ୍ତମାନେ ବିନା ଦ୍ୱିଧାରେ ରଥ ଉପରେ ପ୍ରଭୂଙ୍କ ଦର୍ଶନ ଲାଭ କରିପାରିବେ।


ମନ୍ଦିରର ବିଷୟବସ୍ତୁ ଉପରେ ତହସିଲଦାର ଆସି ରଥ ନିର୍ମାଣର ଅନୁଧ୍ୟାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ସହ କିଛି ସମୟ ଆଲୋଚନା ରତ ଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


