Home ଅପରାଧ ବୋଲେର ବାଇକ୍ ମୁହା ମୁହିଁରେ ଜଣେ ମୃତ୍ୟୁ ଜଣେ ଗୁରୁତର ।

ବୋଲେର ବାଇକ୍ ମୁହା ମୁହିଁରେ ଜଣେ ମୃତ୍ୟୁ ଜଣେ ଗୁରୁତର ।

156


ବିଷମ କଟକ, ୩୦/୦୬/୨୨ (ଜିଲ୍ଲା ଖବର) ରାୟଗଡା ଜିଲ୍ଲା ବିଷମ କଟକ ଥାନା ସଦର ପୂର୍ତ୍ତବିଭାଗ ଡାକ ବଙ୍ଗଳା ନିକଟରେ ବୋଲେର ବାଇକ୍ ମୁହାଁମୁହିଁ ଧକ୍କା ରେ ଜଣେ ମୃତ୍ୟୁ ଜଣେ ଗୁରୁତର। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ସ୍ତାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଜବକ ମୃତ୍ୟୁ ଘଷଣା କରିଛନ୍ତି।ଓଡ଼ି-୧୮ଡି-୬୬୨୨ ନମ୍ବର୍ ବୋଲେର ଗାଡି ର insurance ଅଗଷ୍ଟ ମାସ 25 ତାରିଖରେ 2020 ରେ ସରି ଥିବା ସୂଚନା ମିଳୁଛି କେଉଁ ଭଳି ଭାବେ ଏହି ଗାଡି ପ୍ରତେକ ଦିନ ଚାଲୁଥିଲା ତାହା ଏବେ ବଡ଼ ପ୍ରଶ୍ନ ,।

ଏହି ଗାଡି ଟି ଆଜି ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣାରୁ ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ଓଡ଼ି-୧୮-୦୪୩୩ ନମ୍ବର୍ ବାଇକ୍ ଟି ବିଷମ କଟକରୁ ସ୍ତାନୀୟ କାଙ୍କବାଡ଼ି ଅଭିମୁକେ ଯାଉଥିବା ବେଳେ ପୂର୍ତ୍ତବିଭାଗ ଡାକବଙ୍ଗଳା ନିକଟରେ ବାଇକ୍ ଆରହି ଏକ ଟ୍ରକ କୁ ଅଭରଟେକ କରି ବୋଲର ସହ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ରେ ବାଇକ୍ ଥିବା ଦୁଇଜଣଙ୍କ କାଙ୍କୁବାଡ଼ି ପଞ୍ଚାୟତର ଡେଗାଲବୁଡୁନି ଗ୍ରାମର ବୋଲି ଜଣା ପଡ଼ିଛି।

ଏହି ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଶ୍ରୀଧର ହିକକା(୨୬) ଏବଂ ଗୁରତର ବ୍ୟକ୍ତି ଜଣକ ହେଲେ ଗଙ୍ଗାଧର ହିକକା(୨୮) ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ବୋଲେର ବାଇକ୍ କୁ ଜବତ କରିବା ପରେ ଖ୍ରୀଷ୍ଟିଆନ ହସ୍ପିଟାଲରେ ପହଞ୍ଚି ମୃତଦେହଙ୍କୁ ଜବତ କରି ଏହାର ତଦନ୍ତ ଜାରି ରଖିଛି।

ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।