
ବୁଗୁଡ଼ା , ୩୦/୦୬/୨୨ ( ଜିଲ୍ଲା ଖବର ) : ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ଶ୍ରମ ଯୋଜନା ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯାହା ଧାର୍ଯ୍ୟ ସରକାର କରିଛନ୍ତି । ଏଥିପାଇଁ ୧୫୦ଟି ଶ୍ରମ କାର୍ଯ୍ୟାଳୟ ଅତି ଶିଘ୍ର ଖୋଲାଯିବ ଏହାକୁ ମୂଖ୍ୟମନ୍ତ୍ରୀ ଙ୍କ ମଞ୍ଜୁରୀ ମିଳିଛି । ଆଗକୁ ଆହୁରି ୩୬୪ବ୍ଳକରେ ଶ୍ରମ କାର୍ଯ୍ୟାଳୟ ଖୋଲାଯିବ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆସିକା ର ବାଲିଶିରା ଠାରେ ଆୟୋଜିତ ବିଜେଡି ର ସମ୍ବର୍ଦ୍ଧନା ସଭାରେ ସମ୍ବାଦିକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ।


ଆସିକା ବିଜୁ ଜନତା ଦଳ ପକ୍ଷରୁ ପୋଲସରା ବିଧାୟକ ଶ୍ରୀ କାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମଳିବା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବିଜୁପଟନାୟକ ଛକ ଠାରେ ଦଳୀୟ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।


ବିଜୁ ପତିମୃର୍ତ୍ତୀ ଉପରେ ପୁଷ୍ପମାଲ୍ୟ ଅର୍ପଣ ପରେ ବାଇକ ରାଲିରେ ଦଳୀୟ କର୍ମୀମାନେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ସଭାକୁ ନେଇଥିଲେ । ଆୟୋଜିତ ସଭାରେ ସାଂସଦ ପ୍ରମିଳା ବିଷୋୟୀ ,ବିଧାୟୀକା ମଞ୍ଜୁଳା ସ୍ବାଇଁ ,ବ୍ଳକ ଅଧିକ୍ଷା ତ୍ରୀବେଣୀ ନାହକ ,ଏନ୍ ଏ ସି ଅଧିକ୍ଷା ବିନେତା ସ୍ବାଇଁ,


ହତ ଟି ଗୋପି, ପ୍ରମୁଖ ନବୀନ ଙ୍କ ସ୍ୱଚ୍ଛ ଶାସନ ଓ ଜନହିତ ସରକାର ଚାଲିଛି ବୋଲି ଅନେକ ଉଦାହରଣ ଦେଇ ଦଳକୁ ଅଧିକ ସୃଦୁଢ କରିବା ସକାଶେ ଆହ୍ବାନ କରିଥିଲେ ।


ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ,ଦଳ ଛାମୁଆ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଶ୍ରମ ମନ୍ତ୍ରୀ ଙ୍କୁ ଉପଢୌକନ ପ୍ରଦାନ କରିଥିଲେ। ଏହି ଅବସରରେ କ୍ରୀଡ଼ାବିତ ଏବଂ ନିର୍ବାଚିତ ପ୍ରତିନିଧି ଙ୍କ ମଧ୍ୟ ସମ୍ନାନୀତ କରାଯାଇଥିଲା ।


