Home ଅପରାଧ ଯୁବକ ଙ୍କ ମୃତଦେହ ଉଦ୍ଧାର l

ଯୁବକ ଙ୍କ ମୃତଦେହ ଉଦ୍ଧାର l

45

ଶେରଗଡ଼ , ୩୦/୦୬/୨୨ ( ଜିଲ୍ଲା ଖବର ) : ଯୁବକଙ୍କ ମୃତଦେହ ଉଦ୍ଧାର l ହତ୍ୟା ସନ୍ଦେହ l ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଷ୍ଟାଡିୟମ ପଛପଟ ପାଚେରୀ ନିକଟ ରୁ ଆଜି ସକାଳୁ ସକାଳୁ ଜଣେ ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତ ଯୁବକ ହେଲେ ରାମଗିରି ଗ୍ରାମର ମୃତ ବିଜୟ କୁମାର ସାହୁଙ୍କ ୨୫ ବର୍ଷୀୟ ପୁଅ ସିମାଞ୍ଚଳ ସାହୁ l ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l

ଅନ୍ୟପଟେ ଶେରଗଡ଼ ପୋଲିସ ଖବର ପାଇ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସିମାଞ୍ଚଳ ଙ୍କ ମୃତ୍ୟୁ କିଭଳି ହେଲା, ଯଦି ତାଙ୍କର ହତ୍ୟା ହୋଇଛି ତାହାଲେ କିଏ ଓ କାହିଁକି ହତ୍ୟା କଲା ତାର ଖିଅ ଖୋଜୁଛି ପୋଲିସ l