
ବିଷମକଟକ , ୨୯/୦୬/୨୨ (ଜିଲ୍ଲା ଖବର ) : ରାୟଗଡ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵସିଂ ଆଜି ରାୟଗଡ ପୌରପରିଷଦ ଗସ୍ତ କରି ସହରରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଛନ୍ତି l

ଜିଲ୍ଲାପାଳଙ୍କ ସହିତ ପୌର ନିର୍ବାହୀ ଅଧିକାରୀ ୟାସସିର ଅହମଦ,ଆର ଏଣ୍ଡ ବି ନିର୍ବାହୀଯନ୍ତ୍ରୀ ଯମୁନା ବେହେରା, ସହାକାରୀ ଯନ୍ତ୍ରୀଙ୍କ ସହିତ ଆରକେ ନଗର ରେ ନିର୍ମାଣଧୀନ ଅଡିଟୋରିଉମ, ଆମ୍ବଗୁଡା ଠାରେ ନିର୍ମାଣଧୀନ ବିଜୁପଟନାୟକ ଇଣ୍ଡର ଷ୍ଟାଡିୟୁମ ପରିଦର୍ଶନ କରି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରି ଥିଲେ l

ନିର୍ଦ୍ଧାରିତ ସମୟ ଭିତରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାପରେ ଅଂଟାରୀଗୁଡ଼ାରେ ସ୍ଥାପିତ ମଳ ବିଶୋଧନାଗାର ଏବଂ ମାକ୍ର କମ୍ପଷ୍ଟଙ୍ଗ(micro composting Centre) ପରିଦର୍ଶନ କରି

ଏହାର ପରିଚାଳନା ସମ୍ବନ୍ଧରେ ସମୀକ୍ଷା କରିଥିଲେ ଏବଂ ବର୍ଜ୍ୟର ପୃଥକିରଣ ଉପରେ ଧ୍ୟାନ ଦେବାକୁ କର୍ମଚାରୀ ମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ l


ଏହି ପ୍ରକଳ୍ପକୁ ହାତକୁ ନେଇ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ଓ ଉତ୍ସାହିତ କରିଥିଲେ ।

ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଳା ଖବର।


