
ବିଷମକଟକ , ୨୯/୦୬/୨୨ (ଜିଲ୍ଲା ଖବର) : ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ପ୍ରସ୍ତୁତି ଓ ରଥ ନିର୍ମାଣ କାର୍ଯ୍ୟକୁ ରାୟଗଡ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ ନିଜେ ମନ୍ଦିରକୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି l

ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ,ଅତିରିକ୍ତ ଆରକ୍ଷୀ ଅଧିକାରୀ, ଉପଜିଲ୍ଲାପାଳ ଭୀମସେନ ଶବର, ପୌରଧ୍ୟକ୍ଷ ପି.ମହେଶ ପଟନlୟକ, ଉପ ନଗରପାଳ ଶୁଭ୍ରl ପଣ୍ଡା, ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ତହସିଲଦାର ତାପସ କୁମାର ରାଉତ, ଅତିରିକ୍ତ ତହସିଲଦାର ସୁନୀଲ ଖରା,

ପୌର ନିର୍ବାହୀ ଅଧିକାରୀ ୟାସ୍ସୀର ଅହମଦ, ମନ୍ଦିରର ରାଜ ପୂରହିତ ଓ ଅନ୍ୟାନ୍ୟ ସେବାୟତ ମାନେ ଉପସ୍ଥିତ ରହି ଚଳିତ ରଥଯାତ୍ରା ଆୟୋଜନ ଓ ରଥ ନିର୍ମାଣ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ l ଵିଶେଷ କରି ରଥଯାତ୍ରା ସମୟରେ ଚଳନ୍ତି ରଥ ଉପରକୁ ଭୋଗ ନଡ଼ିଆ ପିଙ୍ଗିବା ଉପରେ ବାରଣ କରାଯାଇଛି l

ସେଥିପାଇଁ ପୌରପରିଷଦ ତରଫରୁ ପ୍ରଚାର କରl ଯିବ l ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ଗାଡି ପାର୍କିଂଗ ପାଇଁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ଚିହ୍ନଟ କରାଯାଇଛି l ଆମ୍ବୁଲାନ୍ସରେ ମୁଖ୍ୟ ଡାକ୍ତରଖାନା ପାଖକୁ ରୋଗୀଙ୍କୁ ନେବାଆଣିବା ଜିଲ୍ଲା ଟ୍ରେଜେରୀ ଆଫିସ ଦେଇ କରିବେ l

ଏହି ରାସ୍ତା କୁ ତୁରନ୍ତ ସଫା କରିବା ପାଇଁ ପୌରପରିଷଦକୁ କୁହାଯାଇଛି l ରଥଯାତ୍ରାରେ ନିୟୋଜିତ ସେବାୟତ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ମାନେ ଆସନ୍ତା କାଲି ସୁଦ୍ଧା ବୁସ୍ଟର ଡୋଜ ଟୀକା ନେବାପାଇଁ ଜିଲ୍ଲାପାଳ କହିଛନ୍ତି l ରଥଯାତ୍ରା ସମୟରେ ମହାପ୍ରସାଦ ବିକ୍ରୟ କାରାଯିବ l

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟିର ସୁନୀଲ ଚନ୍ଦ୍ର ପଣ୍ଡା,ରଞ୍ଜନ କୁମାର ରଥ ,ରାଜସ୍ୱ ପରିଚାଳକ ପି. ମାଳିକାର୍ଜୁନ, ରାଜସ୍ବ ନିରୀକ୍ଷକ କେଶବ ସାହୁ ଓ ଆନ୍ୟନ୍ୟ ସେବାୟତ ମାନେ ଉପସ୍ଥିତ ଥିଲେ l ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ


