Home ଅପରାଧ ଦାଦନ ଖଟିବାକୁ ଯାଇ ଫେରିଲା ମର ଶରୀର ।

ଦାଦନ ଖଟିବାକୁ ଯାଇ ଫେରିଲା ମର ଶରୀର ।

196

ନବରଙ୍ଗପୁର , ୨୯/୦୬/୨୨ ( ଜିଲ୍ଲା ଖବର ) : ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମର ପିତବାସ ଜାନୀ(୫୭) ମହାରାଷ୍ଟ୍ରରେ ଦାଦନ ଖଟିବାକୁ ଯାଇଥିଲେ । ପ୍ରାୟ ତିନି ମାସ ହେବ ମହାରାଷ୍ଟ୍ରର ପୁନେ ନିକଟର  ଗୋଲଗନ୍ଦା କମ୍ପାନୀର ବାଵଧାନ ଠାରେ କାର୍ଯ୍ୟ କରୁଥିଲେ । କାମ ଚାଲିଥିବା ସମୟରେ ଦୁଇ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ କାମ ବିଷୟକୁ ନେଇ କଳହ ସୃଷ୍ଟି ହୋଇଥିଲା ।

ତା-୨୬/୦୬/୨୨ ରିଖ ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟ ସମୟରେ ସାଙ୍ଗ ତିନି ଜଣଙ୍କ ସହ ପାନ ଦୋକାନ ଆଡେ ବୁଲିବାକୁ ଯାଇଥିଲେ । ହଠାତ ତାଙ୍କ ବିରୋଧୀ ଗୋଷ୍ଠୀ ଏମାନଙ୍କ ଉପରେ ଆକ୍ରମଣ କରିବାରୁ ଦୁଇ ଜଣ ଦୌଡ଼ି ପଳେଇ ଯାଇଥିଲେ କିନ୍ତୁ ପିତବାସ ଜ଼ାନୀ ତାଙ୍କ ଚକ୍ରବ୍ୟୁହରୁ ମୁକ୍ତି ପାଇ ପାରିଲେ ନାହିଁ । ମରଣାନ୍ତକ ଭାବେ ମୁଣ୍ଡରେ ଆଘାତ କରି ହତ୍ୟା କରିଥିଲେ ।

ପରେ ତାଙ୍କ ଆତ୍ମୀୟ ସହଯୋଗୀ ଥାନାରେ ଏଫ ଆଇ ଆର  ଦେବା ପରେ ପୋଲିସ କବଜାରେ ନେଇ ପୁନେର ୱାଇ ସି ଏମ ହସପିଟାଲରେ ଭର୍ତ୍ତି କରାଇଥିଲା । ଡାକ୍ତର ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପାଇଁ ନିର୍ଦେଶ ଦେଇଥିଲେ । ବ୍ୟବଚ୍ଛେଦ ପରେ ତା-୨୭/୬/୨୨ ରିଖରେ ତାଙ୍କ ଆତ୍ମୀୟ ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ।

ଶବକୁ ଆମ୍ବୁଲାନ୍ସ ଯୋଗେ ତା-୨୮/୦୬/୨୨ ରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ତାଙ୍କ ଜନ୍ମମାଟି ନରସିଂହ ଗୁଡା ଗ୍ରାମରେ ପହଞ୍ଚାଇଥିଲେ । ତା -୨୯/୦୬ ୨୨ ରିଖ ସକାଳେ ଶବ ସତ୍କାର କରାଯାଇଥିଲା । ଗାଁ ରେ ଶୋକର ଛାୟା ଖେଳିଯାଇଛି ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର ।